STORYMIRROR

SRIKANTA PRADHAN

Others

3  

SRIKANTA PRADHAN

Others

ମଦ ଉପାଖ୍ୟାନ

ମଦ ଉପାଖ୍ୟାନ

1 min
399

ନାମଟି ତାହାର ବେନି ଅକ୍ଷର

ଭୋଗ କରନ୍ତି ସୁରାସୁର ନର l

ମୁନ୍ଦେ ପଡିଲେ ଉଦର ଗହ୍ୱର

ଦିଶେ ହୁନ୍ଦର ନାନାଦି ପ୍ରକାର l

ମସ୍ତିଷ୍କ କରି ଅସ୍ଥିର

ହୋଇଣ ବିପଥଗାମୀ ପାନକାରି

ଆଚରନ୍ତି ଅବେଭାର l01l


ବ୍ରହ୍ମା ବିହିଲେ ସୁରା ନାମ ତାର

ମକରନ୍ଦ ହେଲା କଳି ଯୁଗର l

ପାନ କରିଣ ହର ଅଙ୍କ ହାର

ନାଶି ପୂଣ୍ୟଜନେ ପିଇ ରୁଧିର l

ଶୁମ୍ଭ ନିଶୁମ୍ଭ ସଂହାର

ରକତ ବୀର୍ଯ୍ୟ ଚଣ୍ଡ ମୁଣ୍ଡ ମହିଷା

ପେଶିଲେ ଶମନ ପୁର l02l


ବୈକୁଣ୍ଠ ନାଥ କୃଷ୍ଣ ଚକ୍ରଧର

ତା ବଂଶରେ ସୁରା ନଗଲା ପାର l

ଯାଦବେ ପିଇ କାଦମ୍ବରୀ ସାର 

ପଶିଲେ ଯାଇ ବନ ଏରକାର l

କରିଣ ଘୋର ସମର

ସୁରା ନିଶାରେ ମତ୍ତ ହୋଇ ସକଳ

ଯାଦବ ହେଲେ ସଂହାର l03l


ନାମ ରୂପରେଖ ପରିବର୍ତ୍ତନ

ରଙ୍ଗ ବେରଙ୍ଗ ବିଭିନ୍ନ କିସମ l

ମଦ୍ୟପ ବୋଲେ ଏ ବିଦେଶୀ ରମ

ଶରୀର ଲାଗି ହିତ ୟାର ଗୁଣ l

ପ୍ରଭୁ ପଦୋଦକ ସମ

ଢକ ଢକ ଚାରି ଛ ଢ଼ୋକ ପିଇଲେ

ବାହାରଇ ବ୍ରହ୍ମ ଜ୍ଞାନ l04l


ଶେଷେ ଭଣେ ପ୍ରେମାନନ୍ଦ ଅଧମ

ମଦକୁ ମୋହର ଦୂରୁ ପ୍ରଣାମ l

ହରଣ କରଇ ମାନ ସନମାନ

ଇଜ୍ଜତ ମହତ କରଇ ହୀନ l

ମଦ୍ୟପ ଯେ ଖଳ ଜନ

ମଦ ପିଏ ଯିଏ ଯଦି ଛାଡଇ

ତା ସଙ୍ଗ କର ବର୍ଜନ l05l



Rate this content
Log in