STORYMIRROR

Sanjya Tripathy

Others

4  

Sanjya Tripathy

Others

ମୌସୁମୀରେ ମରୁଡି

ମୌସୁମୀରେ ମରୁଡି

1 min
165

ଚୁଲ୍ୟବିତା, କଣ୍ଠିତ ମୌସୁମୀର ଲୁଚକାଳି ଖେଳରେ

ଅର୍ବାଧୂକ ଅଞ୍ଚଳରେ ମରୁଡିର ଅଶନି ସଂକେତ

ମଣିଷର ଅନ୍ଧ, ଅବାଧ ପ୍ରାକୃତିକ ପରିଚାଳନାରେ

ବିପର୍ଯ୍ୟସ୍ତ ଋତୁଚକ୍ର- ଅସ୍ୱାଭାବିକ ଖରା, ବର୍ଷା ଓ ଶୀତ

ଆଦ୍ୟ ଆଷାଢ଼ର ଆଗମନରେ ମୁଣ୍ଡ ଫଟା ଖରା

ଶ୍ରାବଣରେ ପ୍ରବଳ ଗୁଳୁଗୁଳି- 

ଝାପସା ଝାପସା ଅସରାଏ ବର୍ଷା

ଚାଷୀ ଚାତକ ପରି ଚାହିଁ ରହିଛି-

ଉସାବାଦଲର ଢ଼େଉ ଢ଼େଉକା ବୋହୁ ଚୋରି ଖେଳରେ

ଉଭାନ୍ ଅବାରିତ ବାରିଧାରା- ଚାଷୀ ଫୁଡରେ ଚଡକ

ଏବେଠୁଁ ଆରମ୍ଭ ହେଲାଣୀ ଚାଷୀ ଆତ୍ମହତ୍ୟା

ସେଇରଙ୍ଗେ ପଡି ରହିଛି ବିସ୍ତୃତ ଖରିଫ ଋତୁ

ଫସଲବୀମା ପାଇଁ ବ୍ୟାଙ୍କ ସାମନାରେ ଲମ୍ବା ଲାଇନ

ଏସବୁ ଭିତରେ ନିରୁଦ ବିଦଗ୍ଧ ମୌସୁମୀ 

ଆଗତପ୍ରାୟ ମରୁଡ଼ି

ଆସନ୍ନ ଫସଲହାନିର ଅମା ଅନ୍ଧକାରରେ

ଆତଙ୍କିତ ଚାଷୀକୂଳ- ସନ୍ଦିଗ୍ଧ ସମାଜ

ବର୍ଷ ପରେ ବର୍ଷ ଅସ୍ୱାଭାବିକ ରତୁଚକ୍ରରେ

ଅତିଷ୍ଠ କୃଷିଜୀବୀ- ହରଡ ଘଣାରେ ସରକାର

ଫସଲବୀମାର ତ୍ରୁଟିପୂର୍ଣ୍ଣ ଆକଳନ ଓ ଘୋଷଣାରେ

ଲୋକେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ 

ଜିଲ୍ଲାପାଳଙ୍କୁ ନୋଟିସ

ବୀମା ଦାବିରେ ସମବାୟ କାର୍ଯ୍ୟାଳୟ ଘେରାଉ

ରାସ୍ତାରୋକ

ଏଇମିତି କେତେ ଦିନ ଚାଲିବ ମୌସୁମୀ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍