STORYMIRROR

Banalaxmi Mohanty

Others

4  

Banalaxmi Mohanty

Others

ମୌସୁମୀ

ମୌସୁମୀ

1 min
212


ମୌସୁମୀ ଆସଇ ସଜ ବାଜ ହୋଇ

    ଏବେ ତ ଧରା ଧାମକୁ 

ପ୍ରତିବର୍ଷ ସେତ ଆସିଥାଏ ସତେ

   ରଜ ପର୍ବ ପାଳିବାକୁ।। 


ଗ୍ରୀଷମେ ଉତ୍ତପ୍ତ ହୋଇ ଧରଣୀ 

   ଅସ୍ତ ବ୍ୟସ୍ତ ହେଉଥିଲା

ମୌସୁମୀ ଛୁଆଁରେ ନବ ଶିହରଣେ 

   ଲାଜେଇ ବତୁରି ଗଲା।। 


ତାର ଆଗମନ ଆଭାସ ପାଇ

    ଚାଷୀର ମନ ଆନନ୍ଦ 

କ୍ଷେତରେ ତାହାର ବିହନ ବୁଣଇ

    ଦୂର ହୁଏ ପରମାଦ।। 


ମୌସୁମୀ ଛୁଆଁରେ ବରଷା ଝରଇ

   ଧରଣୀ ଯେ,ରଜବତୀ

ରଜ ପରବକୁ ଅତି ହରଷରେ

   ଝିଅମାନେ ପାଳିଥାନ୍ତି।। 


ତିନିଦିନ ଧରି ଏ ରଜ ମଉଜରେ

   ସରବେ ମଜ୍ଜି ଯାଆନ୍ତି 

ଘରେ ଘରେ ପୋଡପିଠା ହୋଇଥାଏ

   ପିଲାଏ ଦୋଳି ଝୁଲନ୍ତି।। 

 

ବସୁମତୀ ସ୍ନାନ ସରିବା ପରେ

   ଚାଷୀଭାଇ ଯାଏ କ୍ଷେତ

ଚାଷକାମେ ସିଏ ଲାଗି ପଡିଥାଏ

   ହୋଇଣ ଅତି ଉଷତ।।


ମୌସୁମୀ ଆଗମେ ହସଇ ଧରା

   ଧରଣୀ ସଜେଇ ହୁଏ

ଶୀତଳତା ଭରେ ସବୁରି ପରାଣେ

   ବୃକ୍ଷଲତା ହସୁଥାଏ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍