STORYMIRROR

Sasmita Mohapatra

Others

3  

Sasmita Mohapatra

Others

ମୌସୁମୀ

ମୌସୁମୀ

1 min
129

ମେଘାଛନ୍ନ ନୀଳିମାରେ

ଘନରୂପରେ ବିଭୂଷିତା.   

ହେ ମେଘ ମହ୍ଲାର। 

ସିକ୍ତ କର

ଶାନ୍ତ କର।   

ଶିରନତ କର ......

ଉତ୍ତପ୍ତ ମହୀକୁ ପ୍ଲାବିତ କର

ସ୍ଥାବର, ଜଂଗମ, କୀଟ

ତତଲା ଆଉ ତୃଷାର୍ତ୍ତ

ଅନିଳ ବରଷେ ସର୍ବତ୍ର

ତୁମ ତୀବ୍ର ଗର୍ଜନରେ

ଚପଳାର ଚମକରେ

ତାରୁଣ୍ୟ ଆଗମନ ହୁଂକାରରେ

ଆଦ୍ୟ ବର୍ଷଣରେ

ଶବ୍ଦାୟୀତ କର          

ସ୍ବାଗତ କର

ତୃପ୍ତ କର ......

ଶୁଷ୍କ ବନଷ୍ପତିର ବ୍ୟସ୍ତତାରେ

ରୌଦ୍ର କ୍ଲିଷ୍ଟ ପ୍ରାଣ, ସ୍ପନ୍ଦନରେ

ତୁମ ମନ୍ଦ ମୃଦୁ ଧ୍ବନିରେ

ବାରିବୁନ୍ଦ ଛିଞ୍ଚନ କରି

ପୁଲକିତ କର

ପଲ୍ଲବିତ କର

ପବିତ୍ର କର।    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍