ମୌସୁମୀ
ମୌସୁମୀ
1 min
161
ମୌସୁମୀ ଆସିବ ବୋଲିକି
ନିଇତି ଦେଖୁଛି ଘଡି଼କି।
ସଜାଗ ହେବାକୁ ପଡୁଛି
ଯତନେ ସାଇତି ରଖୁଛି।
ଘର ପରିବାର ସଭିଏଁ
ସହଯୋଗ ହାତ କୋଟିଏ।
ଧନ୍ଯବାଦ ଦେବି ସଭିଙ୍କୁ
ଶୃଙ୍ଖଳିତ ପରିବାରକୁ।
ଚାଳ ଛପରକୁ ଛାଇଛି
ସୁଖରେ ଏ ଘରେ ରହୁଛି।
ଆସ ହେ ମୌସୁମୀ ମରତେ
ପରିପୂର୍ଣ୍ଣ କର ଜଗତେ।
ଶସ୍ୟ ଶ୍ୟାମଳାରେ ଧରିତ୍ରୀ
ଖେଳାଇ ହୃତୟେ ପୀରତି।
ଅଭୁକ୍ତ ନ ରହୁ ଜଣେ ହେ
ରୋଗ ଶୋକ ଦୂର କର ହେ।
ମୌସୁମୀର ହେଲା ଉଭାନ
ଜଗତ ପାଇଁ ଏ କଲ୍ଯାଣ।
ମୌସୁମୀ ତୁମକୁ ପ୍ରଣାମ
ପ୍ରାର୍ଥନାକୁ ମୋର ଘେନ।
