ମୌସୁମୀ ତୁମେ ଏତେ ଆଗୁଆ ଆସ
ମୌସୁମୀ ତୁମେ ଏତେ ଆଗୁଆ ଆସ
ମୌସୁମୀ ତୁମେ ଆଗୁଆପଣରେ
ଚାଲିଆସିଲ କ୍ଲାନ୍ତ ବାଦଲର ଆଢୁଆଳରେ
ଠକି ଦେଲ କି ତୁମେ ପ୍ରେମରେ
ନ ବରଷି ଶୁଖିଲା ଭୂମି ରଖିବାରେ
ରୋଷଣୀ ବାଜା ବାର୍ତ୍ତାରେ ଭରା ବରଯାତ୍ରୀର
ଆକାଶରେ କଳାମେଘର ସବାରୀରେ ବସିଛି ବର
ସହରରେ ହୁରି ପଡିଛି ତୁମ ଖବର
ତୁମେ ପୁଣି ଅପସନ୍ଦ ଏ ଧରଣୀ କନ୍ଯାର
ଜାତକଟା ତ ରାଜଯୋଟକ ତୁମର ଥିଲା
ଯୌତୁକରେ କିଛି ଘଡଘଡି ଓ ବିଜୁଳିର ପାଲା
ଭଲପାଏ ବୋଲି ଛାତି ଚିରି ଦେଖାଏ ବାରମ୍ବାର
ପ୍ରୀତିର ଅମୃତରେ ମତୁଆଲା ଭରମି ଯାଏ ହୃଦୟର
ଶୁଖିଲା ପାଗର ଲୁଚକାଳି ଖରା ସହ ବେଳାବେଳି
କେବେ ଦୁଇଧାର ନୟନ ଭରା କୋହର ସଂଖାଂଳି
ଭିଜାଇ ଦିଅ ଅଶ୍ରୁ ଧାରରେ ପଲ୍ଲବୀତ କର ପୃଥିବୀକୁ
ଏ ଦେହଛୁଆଁ ବାକି ଥାଏ କିଛି ପୁଣି ତୁମର ଆରବରଷକୁ
ଯୌବନର ପ୍ରେମ ପୁଣି ଥରେ କୁହୁଡିଆ ଭରି ଚାହେଁ ବାଟରେ
ଅଝଟିଆ ଏ ବ୍ୟସ୍ତତାର ସୁଯୋଗରେ କି ଫେରି ରହି ପାରେ
କିଛି ଛିଟା ମନକୁ ଭିଜାଏ ସମୟରେ ଥରେ ଥରେ
ଥରକରେ କେବେ ଭିଜେନା ବିକ୍ଷୋଭ ବିକ୍ଷିପ୍ତ ମନରେ
ଲାଜକୁଳୀର ପ୍ରେମ ଅଥୟର ଧାରାରେ
କେବେ ଆବେଗରେ ତ କେବେ ଚଞ୍ଚଳ ମନରେ
ଧୋକା ଦେଲ କି ପାଇଲ ଭଲପାଇବାରେ
ଅତୀତ ହଜିଗଲା ଧାରା ଶ୍ରାବଣର ମଖମଲି ଅପରାହ୍ନରେ
ଅଚାନକ ଆସି ହଠାତ୍ ପହଞ୍ଚି ଆଳୟରେ ବେଦନାରେ
ଶବ୍ଦ ସବୁ ବଦଳି ଗଲା ଧୀରେ ଧୀରେ ଚାଲ୍ ବାଜି ପଶାଖେଳରେ
ଅନୁରକ୍ତିର ଅନୁରୋଧ ଆସକ୍ତିରୁ ଅଣାୟତ୍ତ
ଏ ଯେଉଁ ଗଭୀରତା ଅତ୍ୟଧିକ ମଦ୍ୟାଶକ୍ତ
ଝରିଲେ ବରଷା ଦିନରେ ଓଦା ହୋଇ
ଗେଟ୍ ସାମ୍ନାରେ ପୁରୁଣା ଥାକ ଥାକ ବହି
ପରିଣତ ବୟସରେ ବ୍ୟସ୍ତତାର ପୃଷ୍ଠାରେ
ଏ ଅଧା ରହିଲା ପ୍ରେମ ମନରେ ଓ ଦେହରେ
ତୁମ ଛୁଆଁ ରେ ଜୀବନରେ କିଛିଟା ଖୁସି ମିଳିଥାନ୍ତା
ରହିଗଲ ଅଧା ରାସ୍ତାରେ କି ଅସୁବିଧା ହେଲା
ତୁମେ ସମସ୍ତ ରୁଣ ଏଥରକ କଣ ଶୁଝାଇ ପାରିବ
ତଥାପି ଆସିବ ବୋଲି ଖବର କାହିଁକି ପଠାଇବ
