STORYMIRROR

K. Nirmal

Others

2  

K. Nirmal

Others

ମୌସୁମି ତୁମେ ମୋର..

ମୌସୁମି ତୁମେ ମୋର..

1 min
14.3K


ମୌସୁମି ଯେବେ ତୁମେ ଆସ

ମୁଁ ଗୋଟାପଣେ ଭିଜୁଥାଏ

ତୁମ ସହିତ..।

କାହିଁକି କେଜାଣି ତୁମେ ସବୁବେଳେ

ମୋର ମନେପଡ..ବହୁ୍ତ୍

ମନେପଡ..।

ତୁମକୁ ଅନେକ ଦିନରୁ ଛାଡ଼ି

ବହୁତ୍ କଷ୍ଟରେ ଥିଲି

ମୌସୁମି ତୁମେ ଏତେଦିନ୍ ଯାଏଁ କୋଉଠି ଥିଲ ଯେ..?

ତୁମେ କଣ ମୋତେ ସତରେ ଭୁଲି ଯାଇଥିଲ..?

ତମରି ସ୍ପର୍ଶରେ ଆଜି ମୁଁ ବହୁତ ଖୁସି

ମୋତେ ଲାଗୁଛି ଯେମିତି ତୁମେ

ମୋ ହୃଦୟ ଭିତରେ

କିଛି ରୋମାଞ୍ଚ ଭରି ଦେଉଛ

ସତରେ ତୁମେ ନା ବହୁତ ଦୁଷ୍ଟ

କିଛିଦିନ ପାଇଁ ବୁଲିବାକୁ ଆସୁଛ

ପୁଣି ଚାଲିଯାଉଛ..

ମୋତେ ନା..ବହୁତ ଦୁଃଖ ଲାଗେ

ସତରେ ଆଜି ତୁମକୁ ପାଇ ମୁଁ ବହୁତ୍ ବହୁତ୍ ଖୁସି..

ଇଚ୍ଛା ହୁଏ ଯେମିତି ତୁମେ ସବୁବେଳେ ମୋ ସାଥେ ସାଥେ ରହୁଥାନ୍ତ..

ମୁଁ ଚାହେଁ ତୁମକୁ ସବୁବେଳେ ନିଜ ପାଖରେ ରଖିବା ପାଇଁ..

କିନ୍ତୁ କଣ କତିବି କୁହ..ତ..?

ତୁମକୁ ସବୁଦିନ୍ ମୋ ପାଖରେ ବାନ୍ଧି ରଖିବାର କିଛି ଉପାୟ ମୋ ପାଖରେ ନାହିଁ

ହେଲେ ମୋର କଣ ଇଛା ହଉଛି ଜାଣିଛ..?

ତୁମ ସ୍ପର୍ଶରେ ଭିଜି ଭିଜି

ତୁମ ସାଙ୍ଗରେ ଗୀତ ଗାଉଥିବି

ହସୁଥିବି କାନ୍ଦୁଥିବି..

ହାଏ..

ମୌସୁମି ତୁମେ ସବୁବେଳେ ମୋର..କେବଳ ମୋର..॥।॥


■ କେ.ନିର୍ମଳ

■ ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)

■ nirmaln270@gmail.com

■ ମୋବାଇଲ:-୯୫୬୬୧୧୩୬୦୭


Rate this content
Log in