ମୈାସୁମୀ ରାଣୀ
ମୈାସୁମୀ ରାଣୀ
ନୀଳ ନୀଳିମାର ଭସା ବାଦଲରେ
ସାଜିଛ ବରଷାରାଣୀ,
ମେଘ ମହ୍ଲାରର ପାଟଶାଢୀ ପିନ୍ଧି
ହସୁଛ ତୁମେ ମୈାସୁମୀ ॥
ନିଦାଘ ମନ୍ଦିରେ ମୁଖଶାଳା ସାଜି
ତପତ ଧରଣୀ ପରେ,
ସ୍ୱାଗତ ସଂଗୀତ ଗାଇ ଉଠୁଅଛ
ରିମ୍ଝିମ୍ ବରଷା ସୁରେ ॥
ଧୂସର ଧରଣୀ ସାଜିବ ତରୁଣୀ
ତୁମ ବରଷା ଛିଟାରେ,
ପଲ୍ଲବିତ ହେବ ତରୁଲତା ଦୃମ
ତୁମରି ଆଗମନରେ ॥
ପହିଲି ଆଷାଢ ଘେନି ବର୍ଷା ମେଢ
ପାଦ ଥାପିବ ମହୀରେ,
ସବୁଜ ଉଦ୍ଭିଦ ଲଭିବେ ବାରିଦ
ହାଟ ବସିବ ଧରାରେ ॥
ଜୀବନ୍ତ ଜାଗ୍ରତ ଲଭିବେ ଅମୃତ
ନବ ଜାଗରଣ ନେଇ,
ପୁନେଇ ପରବ ଧରି ଅସ୍ତରାଗ
ପ୍ରତିଗୃହେ ଚଳିବଇଁ ॥
ପଶୁପକ୍ଷୀ ଜୀବ ନର୍ତ୍ତନେ ଧରଣୀ
ସାଜି ନବ ବୃନ୍ଦାବନ,
ଶୋଭାର ଭୂବନେ ବିମଣ୍ତିତ ଧାମେ
ସାଜିବ ଦିବ୍ୟ ଭୂବନ ॥
ଶୁଷ୍କ ନଦୀଶଯ୍ୟା ହେବ ଜଳଶଯ୍ୟା
ଜଳାଧାରେ ଜଳଧାର,
ଜଳାର୍ଣ୍ଣବ ହୋଇ ଛାତିକୁ ଫୁଲାଇ
ରଚିବେ ପ୍ରଳୟ ଡୋର ॥
ତୁମରି ବିହୁନେ ଧରା ହେବ ନଷ୍ଟ
ଧରଣୀ ହୋଇବ ଶେଷ,
ତୁମରି ଗହଳେ ପ୍ରଳୟ ମଂଜୁଳେ
ଜୀବେ ଯିବେ ସର୍ବନାସ ॥
