STORYMIRROR

Surjyakanta Dash

Others

2  

Surjyakanta Dash

Others

ମାୟାରୁ ପ୍ରାପ୍ତି ଯାଏଁ

ମାୟାରୁ ପ୍ରାପ୍ତି ଯାଏଁ

1 min
96


ତୁମେ ଆସ ନିଶା ଅନ୍ଧକାରେ

ନିଦାଘ ବରଷାରେ ତିନ୍ତି ତିନ୍ତୀ

ଅଚିହ୍ନା ବାଟୋଇ ଟିଏ ପରି

ସର୍ବାଙ୍ଗକୁ ଘେରି ବସ ମୋର

ମୁଁହରେ ମଦିରାର ଝଲକ

ଆଖିରେ ପ୍ରେମର ନିଶା

ଆଦିମତାରେ ମାତିଯାଅ

ଆଉ ଏକ ନିଶାରେ

ଅଲେଖା ଯନ୍ତ୍ରଣା ଭରି

ମୋ ସାରା ଦେହରେ...

କ୍ଷତାକ୍ତ ହୃଦୟକୁ ମୋର

ସାଉଁଟି ନିଅ ଆଉଥରେ

ଛାଡିଗଲେ ମଦିରାର ନିଶା

ସକାଳର କୋହଲା ପାଗରେ

କେବେ କେବେ ପ୍ରେମ ସୋହାଗ ରେ..

ବାସୁଥାଏ ମୋ ଉନ୍ମୁକ୍ତ ଶରୀର

କାହିଁ କେତେ କାଳୁ

ତୁମ ଦେହ ଧିମା ଧିମା ଗନ୍ଧରେ

ବଞ୍ଚିଥାଏ ଏମିତି

ସତିଟିଏ ହୋଇ

ମାୟାରୁ ପ୍ରାପ୍ତି ଯାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍