STORYMIRROR

Snigdha Nayak

5.0  

Snigdha Nayak

ମାୟାଜାଲ

ମାୟାଜାଲ

1 min
1.1K


ତୁମ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତ

ଆଜି ବି ଉଙ୍କିମାରେ ମୋ ମାନସ ପଟ୍ଟରେ

ନିରୋଳାରେ ଯେବେ ଅଲିଙ୍ଗନ କରେ

ପାହାନ୍ତିଆ ଗଙ୍ଗଶିଉଳି ପରି ଝରିପଡ଼େ ।

ନିଶବ୍ଦ ହୃଦୟ,ଶ୍ରାବଣ ଭରା ଚକ୍ଷୁ ପୂଜେ ତୁମକୁ

ତୁମ ପ୍ରତାରଣାର ପାଇଛି ଠିକଣା

ତଥାପି ବାରମ୍ବାର ହୁଏ ଯେ ବାଟବଣା

ବିତେ ପ୍ରତିକ୍ଷଣ କରି ତୁମ ରୂପ ବର୍ଣ୍ଣନା ।

ଖୋଜି ଚାଲେ ହେଲେ ପାଇପାରେନା

ଝୁରି ଝୁରି ଜିଏଁ ସହି ହୁଏ ନା ବିରହ ବେଦନା

ବଦନେ ଶିହରଣ ଖେଳୁଥିବା ଉନ୍ମାଦନା

ବିନା ସ୍ପନ୍ଦନର ହୃଦୟ ନେଇ ବଞ୍ଚି ହୁଏନା ।

ଓଠରେ କେବେ ଖୁସିର ବର୍ଣମାଳା

କ୍ଷଣିକ ପରେ ହୁଏ ଶ୍ମଶାନ ର ଫୁଲମାଳ।

ଥିଲି ଶ୍ରାବଣ ର ପ୍ରେମ ପିପାସୀ

ବଦଳିଲା ମନ ହେଇ କାଳ ବୈଶାଖୀ ।

ଛନ୍ଦି ହୋଇ ସ୍ଵପ୍ନ ମାୟାଜାଲେ

ପ୍ରତି ସନ୍ଧ୍ୟା ବିତେ ସେହି କଦମ୍ବ ମୂଳେ

କରୁଥାଏ ରୋଦନ ତଥାପି ଖୋଜି ବୁଲେ

ପାଇ ପ୍ରତାରଣା ବି ଛନ୍ଦିହୁଏ ମାୟାଜାଲେ ।

ସ୍ନିଗ୍ଧା ନାୟକ, କୋଟ।, ରାଜସ୍ଥାନ


Rate this content
Log in