STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମାୟାଧର ହେ

ମାୟାଧର ହେ

1 min
12K

ଅଭିମନ୍ୟୁ ଵଦ୍ଧ ପରେ ପରେ

ଅର୍ଜୁନ ସାଥିରେ, ଯୁଦ୍ଧ ଶିବିରରେ

ତୁମ ନଯାଣିଲା ଭାବ ଆହା ସତେ

କି ସୁନ୍ଦର ତୁମ ମୁଖେ ଫୁଟିଉଠେ ।।


ତୁମ ଅମୀୟ ସ୍ନେହ ଆଉ ମୋହ

କେତେ ଦୁର୍ବିସହ , ତୁମେ ମାୟା ମୟ

ତୁମ ପ୍ରଶ୍ନିଳ ଆଖିର ଭାବ ଯେତେ

ପ୍ରଭୁ ସେତେ ତ ଆଶ୍ଚର୍ଯ୍ୟ ଲାଗେ ମୋତେ ।।


ସବୁ କଥା ତୁମେ ଯାଣିଶୁଣି

ତୁମେ ଚିନ୍ତାମଣି,କର‌ କେତେ ଠାଣି

ତୁମେ ଚକ୍ରଧର ଏଇ ଧର୍ମଯୁଦ୍ଧେ

ପୁତ୍ର ମୃତ୍ୟୁ ଦୁଃଖ ଯାଏ ଆସେ କେତେ ।।


ବୀର ଅଭିମନ୍ୟୁ ଶବ ପାସେ

ଉତ୍ତରା ମାଥରେ, ସେ ଦରଦୀ ହାତେ

ସହିଲ କେମିତି ତା ତତଲା ଲୁହ 

କେଡେ ନିର୍ଦ୍ଦୟ ହେ ବାସୁଦେବ ସତେ ।।


କର୍ଣ୍ଣଧାର ତୁମେ ମାୟାଧର

ମାୟା କେ ବୁଝିବ, ମାୟା କର ଯେତେ

ଧର୍ମ ସସ୍ଥାପନେ ଏହି ମହାଯୁଦ୍ଧ

ମଲା ଗଲା କିଏ ଯାଏ ଆସେ କେତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍