ମାୟା
ମାୟା
ଏଇଠି ମରତ ଏଇଠି ସ୍ୱର୍ଗ
ସବୁ ପାପ,ପୁଣ୍ୟ ହୁଅଇ ଭୋଗ୍ୟ l
ଦିନେ ଥିଲି ମତ୍ତ ବୟସ ଦମ୍ଭେ
ଧର୍ମ,ଅଧର୍ମ ମୋ ଲିଖିତ ଖମ୍ଭେ l
କୃତ କର୍ମ ଆଜି ମୋତେ ଖାଉଛି
ନିଜ ଛାଇ ଦେଖି ଡର ଲାଗୁଛି l
ତୋ ମାୟା ବନ୍ଧନେ ଥିଲି ମୁଁ ବନ୍ଦୀ
ଅକର୍ମ କରିଲି ନଜାଣି ଫନ୍ଦି l
ବହୁକଷ୍ଟେ ଆଜି ମିଳିଛି ତ୍ରାହି
ଆସୁଛୁ ମୋ ପଛେ ଗୋଡେଇ କାହିଁ l
ଆଉ ନ ପଡିବି ତୋ ମାୟା ଜାଲେ
ଶୁଣିବିନି ଯେତେ ବାହାନା କଲେ l
ରୁହ ମାୟାବିନୀ ନ ଆସ ପାଶେ
ଆଉ ତୁ ନ ବାନ୍ଧ କୁହୁକ ଫାସେ l
ସୁଖଶାନ୍ତି ସବୁ ଗଲାଣି ହଜି
ସ୍ବପ୍ନ ମହଲ ମୋ ଯାଉଛି ଭାଜି l
ରାଜ ଉଆସକୁ ମଟର ଗାଡି
ଦିନ ଥିଲା ସବୁ ଥିଲି ଜାବୁଡି l
ସାଳୁଆ ପଲଙ୍କ ସୁବର୍ଣ୍ଣ ଗାଁଦୀ
ସବୁ କିଛି ତୁଛ ଲାଗଇ ଆଜି l
କୁଟୀରର ଶାନ୍ତି ନାହିଁ ମହଲେ
ଜହର ଲାଗଇ ସୁଧା ଚାଖିଲେ l
ସବୁ ବାଇଆଙ୍କୁ ମୋ ନିବେଦନ
ବାଇମନ କର ପ୍ରଭୁ ଚିନ୍ତନ l
ଅଜ୍ଞାନ୍ତେ କୁକର୍ମ କରିବ ଯେତେ
ଲୋକହସା ସେତେ ହେବ ଜଗତେ l
ଈଶ୍ୱର ପୟରେ ଲଗାଅ ଚିତ
ବାପା, ଅଜାଙ୍କର ରଖ ମହତ l
କରିଯାଅ କିଛି ଉତ୍ତମ କାମ
ଅମର ରହିବ ଏ ଧରା ଧାମ l
ମଦମତ୍ତେ ତୁମେ ନହୋଇ ବାମ
ଛିର୍ଣ୍ଣ କର ସବୁ ମାୟା ବନ୍ଧନ ।
