STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମାୟା

ମାୟା

1 min
267

                           ମାୟା

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି,ଖୋର୍ଦ୍ଧା .

---------- -------------------- -----------

ଛପନ କୋଟି ପ୍ରାଣୀ ଏ ଜଗତେ

ହୋଇଥାନ୍ତି ଆତଜାତ

ତନ୍ମଧ୍ୟେ ମଣିଷ ଜୀବନ ଦୁଃର୍ଲ୍ଲଭ

   ବିଧାତା ସୃଷ୍ଟି ବିଚିତ୍ର ।।


ମହାଜାଗତିକ ବିଧାନ ଏପରି

ଖଞ୍ଜାଇ ସେ ରଖିଥାଏ

ମଣିଷ ଜୀବନେ ମାୟା,ମୋହ ତନ୍ଦ୍ରା 

ଅପଥକୁ ଟାଣିନିଏ ।।


ମାୟା,ମୋହେ ସର୍ବେ ବଶୀଭୂତ ହୋଇ

ସତ୍-ପଥ ଯାଆନ୍ତିଭୁଲି 

ଅବଶେଷେ ଜୀବ ନର୍କଗାମୀହୁଏ

    ଚକ୍ଷୁ ଥାଇ ଅନ୍ଧପରି ।।


ପ୍ରଲୋଭିତ କରେ ଜୀବନକୁ ମାୟା

ପୁତ୍ର,ଦାରା,ଧନ,ଧାନ୍ୟ

ମଣଇ ଜୀବନେ ସତେବା ଦୁର୍ଲ୍ଲଭ

ନକରିପାରେ ବର୍ଜନ ।।


ମୋହାଛ୍ଛନ୍ନେ ପଡ଼ି ସର୍ବେଯାନ୍ତି ଭୁଲି

ସତ୍-ସଙ୍ଗ ସମାନ ବିତ୍ତ

କାମନା,ବାସନା, କାମିନୀ,କାଞ୍ଚନ

ଭୁଲାଏ ଜୀବନ ମନ୍ତ୍ର ।।


ମାୟାକରେ ବାୟା ଅପବିତ୍ର କାୟା

କୁତ୍ସିତ କର୍ମ ରେ ଲିପ୍ତ

କରାଇ ମଣିଷେ ବାନ୍ଧେ ପାପଫାସେ

କରିଦିଏ ପଥଚ୍ୟୁତ ।।


କ୍ଷଣିକ ଜୀବନ କ୍ଷଣିକ ଯୈବନ

କ୍ଷଣିକ ମାୟା ସଂସାର

ମୟାକୁ ବରଜି ପାରିଲେ ଅମୃତ

   ମୟ ହେବ ପ୍ରାଣ ତୋର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍