STORYMIRROR

Suresh chandra Padhy

Others

3  

Suresh chandra Padhy

Others

ମାୟା ସଂସାର

ମାୟା ସଂସାର

1 min
355

ମିଛ ମାୟାର ଏହି ସଂସାର

ଆଜି ଯିଏ ନିଜର କାଲି ହେବ ପର

କାହିଁକି ଆସିଛୁ ମନ କିସ ନେବା ପାଇଁରେ 

ମିଛ ସଂସାରେ କିଛି ସତ ନୁହଁରେ

ମାଟିର ଦେହ ମାଟିରେ ମିଶିବ

ଧନ. ଯୌବନ ସବୁ ଚାଲିଯିବ

ପୁତ୍ର ସ୍ତ୍ରୀ ତୋତେ ପର କରିଦେବେ

ଆତ୍ମା ଚାଲିଗଲେ ତୋତେ ଭୂତ କହୁଥିବେ

ଯାହାକୁ ଭାବୁ ତୁହି ଅତି ଆପଣାର

ସବୁ ମିଛ ମାୟା ସ୍ୱାର୍ଥର ଏ ସଂସାର

ସମ୍ପଦ ବେଳେ ସର୍ବେ ହେବେ ତୋର ସଖା

ବିପଦ ବେଳେ କେହି ନ ଦେବେରେ ଦେଖା

ଧନ ମାନ ସନମାନ ସବୁ ଛାଡିଯିବୁ

ତୋହର କର୍ମ ଫଳ ସାଥିରେ ନେବୁ

କାମ କ୍ରୋଧ ଲୋଭରେ ବୁଡିଲୁ

ମୋହ ଅହଂକାର କେବେ ନ ଛାଡିଲୁ

ଦାନ ଧର୍ମ କେବେ ନ କରିଲୁ

ତୁଚ୍ଛ ମିଛ ସଂସାର ମାୟାରେ ରହିଲୁ

ଅନେକ ଜନ୍ମ ତୁହି ନେଇ ଆସିଛୁ

ମିଛ ସଂସାରରେ ଦୁଃଖ ହିଁ ପାଇଛୁ

କେତେ ପୂଣ୍ୟ ବଳେ ମଣିଷ ହୋଇଲୁ

ହରି ନାମ ଛାଡି ମିଛ ସଂସାରେ ମଜିଲୁ

ମିଛ ସଂସାରରେ ରହିବୁ କେତେ ଦିନ

ହରି ନାମ କରି ଯାଆ ତୁରେ ଗଣ୍ଠି ଧନ

ଆସିଛୁ ଏକା ଯିବୁ ଏକା ହୋଇ

ମିଛ ସଂସାରେ ବାନ୍ଧି ହେଉ କାହିଁ ପାଇଁ

ମିଛ ସଂସାରକୁ ଯେବେ ଅସତ୍ୟ ମଣିବୁ

ନିଷ୍କାମ ହୋଇ ହରି ନାମ ଭଜୁ ଥିବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍