STORYMIRROR

Kalyani Nanda

Others

3  

Kalyani Nanda

Others

ମାୟା ମରୀଚିକା

ମାୟା ମରୀଚିକା

1 min
263

ଚାନ୍ଦ ଉଇଁଲେ ତୁମ ମୁହଁ ଦିଶେ

ସ୍ମୃତିର ଝରକା ଆପେ ଖୋଲିଯାଏ,

ମନ ବଗିଚାରେ ମଳୟ ଆସେ

ପଲକ ଉହାଡେ ତୁମ ଛବିକୁ ମୁଁ ସାଇତି ରଖେ ।

ଆଖିର ପଲକ ବୁଜି ହୋଇଗଲେ

ନିଦକୁ ସାଥେ ନେଇ ସପନ ଆସେ,

ସପନର ଛୁଆଁ ମଧୁର ଲାଗେ

ନିଦ ଭାଜିଗଲେ ସପନ ସବୁ ମୋ ଉଭେଇ ଯାଏ ।

ଆଶାର ଦୋଳିରେ ଯେବେ ମୁଁ ଝୁଲେ

ଖୁସିର ମୁକୁତା ହାତ ମୁଠାରେ ମୋ ଜାବୁଡ଼ି ଧରେ,

ହାତ ପାହାନ୍ତାରେ ସବୁ ମୁଁ ପାଇଛି ଭାବି

ମରୀଚିକା ପଛେ ଗୋଡ଼ାଇ ଯାଏ ।।


                               


Rate this content
Log in