ମାୟା ମିରିଗ
ମାୟା ମିରିଗ
1 min
11.9K
ମାୟା ମିରିଗ ଆସେ
ବିଦେଶ ରେ ରହି ଥିବା ପୁଅ ବୋହୁ କୁ ଯୋଡ଼ିବାକୁ
ନୁଆଁଣିଆ ଚାଳ ଛପର ଘର ଭିତରେ ଥିବା ବୁଢ଼ା ବାପ ମା ଙ୍କର ଉପର ଠାଉରିଆ ସତ ମିଛ ମିଠା ଭାବ ବୋଳା କଥା ରେ
ଜୁଲି ମିଲି ଙ୍କ ଚେନାଏ ହସ ଖିଅ ରେ
ମାୟା ମିରିଗ ଆସେ
ଶିଶୁ ର ଅବୁଝା ପଣ ରେ
ବୁଦ୍ଧି ପରୀକ୍ଷା ଦେଉ ଦେଉ
ବ୍ଲାକ୍ ହୋଲ୍ ଭୁତାଣୁ ରେ
ମାୟା ମିରିଗ ଆସେ
ତରୁଣୀ ର ନିସ୍ତେଜ ଆଖି ଦୁଇଟା ରେ
ଅଶ୍ଳୀଳ ଚିତ୍ର ପୋଖରୀ ରେ ବୁଡେଇ ବୁଡେଇ
ଚାଟିଂ ଡେଟିଙ୍ଗ୍ ରେ
ଠିକ୍ ରାତି ବାରଟା ପରେ
ମାୟା ମିରିଗ ଆସେ
ରୋଷେଇ ଘର ତତଲା କଡ଼େଇ ରେ
ପୋଡ଼ା ପୋଡ଼ା ଗନ୍ଧ ରେ
ବୋହୁ ଟିଏ ପୁରୁଣା ପ୍ରେମିକ ସହ
ଭିତିରିଆ ଗପ ସଙ୍କଳନ ପଢୁଥିବା ବେଳେ l
