STORYMIRROR

Debadatta Jena

Children Stories Inspirational Children

4  

Debadatta Jena

Children Stories Inspirational Children

ମାଟିର ମୋହନ..

ମାଟିର ମୋହନ..

1 min
238


ମାଟିର ମୋହନ,ଏଇ ମାଟିର ସନ୍ତାନ, 


ମୁକ୍ତି ପଥର ସହଯାତ୍ରୀ, 


ଶାନ୍ତି,ମୈତ୍ରୀ ପ୍ରତୀକ,ଜାଗ୍ରତ ପ୍ରହରୀ, 


ମୁକ୍ତି ମାର୍ଗର ଅଭିଯାତ୍ରୀ, 


ଏ ଦେଶ ମାତୃଭୂମି ସଚ୍ଚା ଭକ୍ତ ତୁମେ, 


ମୁକ୍ତି ତୀର୍ଥ, ମୁକ୍ତି କାମି, 


ଏଇ ଦେଶ ମାଟି ମମତା ମୂଲକ ମାଗେ 


ସେ ଅସୀମ ଧୈର୍ଯ୍ୟ ଶକ୍ତି, 


ଯେଉଁ ଶକ୍ତି ବଳେ ଧରାଶାୟୀ ହେଲା 


ବିଦେଶୀ ହିଂସା ଦୁର୍ବାର ଶକ୍ତି, 


ଥିଲ ଅସୀମ ଧୈର୍ଯ୍ୟ ଶୌର୍ଯ୍ୟ ପ୍ରବୀର 


ଶୌର୍ଯ୍ୟ ପରାକ୍ରମ, ଅହିଂସାର ବଳେ 


ପରାଧୀନତା ଶୃଙ୍ଖଳରୁ ମୁକ୍ତି..!


ତୁମେ ହେ ମୋହନ ବଂଶୀ, 


ସମ୍ମୋହନ ମହକେ, ମହକିତ କଲ 


ପ୍ରକମ୍ପିତ,ପ୍ରଜ୍ଜଳିତ ଜ୍ୟୋତି, 


ଅହିଂସାର ମନ୍ତ୍ର,ମୁକ୍ତିର ଗୀତ ଗାଇ, 


ସର୍ବଳ ନୁହେଁ,ସଶସ୍ତ୍ର ନୁହେଁ,ତୁମେ 


ଥିଲ ନିରସ୍ତ୍ରର ମହା ଶକ୍ତି, 


ମୋହନ କୁହୁକ ବଂଶୀ, 


ଥରି ଉଠିଥିଲା ହୃଦୟ ତନ୍ତ୍ରୀରେ  


ଜାତୀୟ ସଂଗ୍ରାମ ଜଡ଼ ଅସ୍ମିତାର ବହ୍ନି, 


ସେ ବହ୍ନି ତେଜରେ ବଳିୟାନ ହେଲା, 


ଧରଣୀ ସ୍ବର୍ଗାଦପି ଗରୀୟସୀ..!


ତୁମେ ଶାନ୍ତିର କପୋତ ସାଜି, 


ପ୍ରବଳ ପ୍ରତାପୀ ଫିରିଙ୍ଗି ସେନାକୁ 


ବିତାଡିତ କଲ,କାଳଜୟୀ,ଧରାଶାୟୀ, 


ଶତ ସିଂହ ସତ ସାହସ ମନ୍ତରେ 


ତେଜୋଦୀପ୍ତ ଥିଲ,ବିଜୟ ମନ୍ତ୍ର ଗାଇ, 


ହେ ପ୍ରିୟ ଗନ୍ଧୀଜୀ, ଚିର ସତ୍ୟାଗ୍ରହୀ, 


ସୁଦୂର ଲକ୍ଷ୍ୟ ପଥର ଯାତ୍ରୀ, 


ସଶସ୍ତ୍ର ସଂଗ୍ରାମ ବିନା ସ୍ୱାଧୀନ ଭାରତ, 


ସମ୍ଭବ ଧନ୍ୟ ଏ ମାଟି,ସଂଜୀବନୀ, 


ହେଲା ଦୀର୍ଘ ସ୍ଥାୟୀ, ଚିର ସ୍ଥାୟୀ..!


ସ୍ୱରାଜ ତ ଥିଲା ତୁମ କାମ୍ୟ,


ରାଷ୍ଟ୍ର ଧର୍ମ ଆଉ ରାଷ୍ଟ୍ର ମର୍ଯ୍ୟାଦା ବ୍ରତରେ, 


ସତ୍ୟାନୁସରଣେ ସତ ମାର୍ଗ,ସତ କାମି,


ଅଖଣ୍ଡ ଭାରତ, ସ୍ୱାଧୀନ ସ୍ବରାଷ୍ଟ୍ର, 


ବିଜୟର ଧ୍ୱଜା ଉଡ଼ାଇ, 


ତୁମ ସେ ମହାନ ତ୍ୟାଗ ବଳିଦାନ ମୂଲ୍ୟ, 


ସ୍ୱାଧୀନତାର ମୁକ୍ତି ମଶାଲ ଜାଳି, 


ସେ କୁହୁକରେ ଉଦବୁଦ୍ଧ ପ୍ରାଣବନ୍ତ ହେଲା,


ନୂଆ ଜୀବନ୍ୟାସ ପାଇ, 


ଜନ, ଗଣ, ମନ ଜାତୀୟ ସଂଗୀତ 


ବନ୍ଦେ ମାତରଂ ଗୀତ ଗାଇ, 


ଜାତିର ପିତା ହେ, ବୀର ପୁଂଗବ ତୁମେ, 


ଶୁଭେ ସେ ଅହିଂସା ମନ୍ତ୍ର ଗାଥା, 


ମାଟିର ଗୌରବ,ତୁମ ଗାରିମାରେ ଧନ୍ୟ, 


କହେ ମୋହନ ମୁରଲୀ କଥା..!


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍