STORYMIRROR

Jyotirmoyee Mohanty

Others

4  

Jyotirmoyee Mohanty

Others

ମାଟିର ମଣିଷ

ମାଟିର ମଣିଷ

1 min
275

ଜୀବନର ଅପରାହ୍ନରେ 

ଆଜି ହୋଇଅଛି ଠିଆ 

କିଏ ଜାଣେ କେତେବେଳେ 

ଆସିବ ଡାକରା l


ଯେଣୁ ପ୍ରତିଟି ମୁହୂର୍ତ୍ତ ଏବେ 

ତୋ ନାମକୁ ପାଥେୟ କରି 

ଦେଖୁଅଛି ରାହା l


ଧୀରେ ଧୀରେ ବିସ୍ମୃତି ହେଉଛି

ଯେତେ ଥିଲା ଲୋଭ -ମୋହ 

ମାୟାର ସଂସାର... 

ଘର ପରିବାର, ସାଥି ସହୋଦର l


କଣ ବା ନେବି ସାଥିରେ ? 

ଆସିଥିଲି ଏକା ଚାଲିଯିବି ଏକା 

ସାଥିରେ ଥିବ ତ ମୋର ପୁଣ୍ୟର ଗଁଠୁଲି 

ଯାହା ଅର୍ଜିଛି ଜୀବନେ 

ସେହି ଦରବାର ରେ ହେବ ହିସାବ- ନିକାସ l


କିଏ ଜାଣେ କେଉଁ ଦିନ ହେବ ଶେଷ ଦିନ 

କିଏ ଜାଣେ କେଉଁ ରାତି ହେବ ଶେଷ ରାତି 

କିଏ ଜାଣେ କେଉଁ ତିଥି, ବାର, 

ନକ୍ଷତ୍ରରେ ଆସିଯିବ ଲେଉଟାଣି ବେଳ 

କିଏ ଜାଣେ କତେବେଳେ  

ଅଣଚାଶ ପବନ ବହିବ 

ପଞ୍ଚତତ୍ତ୍ୱରୁ ଆତ୍ମା ମୁକୁଳିବ l


ମାଟିର ମଣିଷ ଦିନେ ମାଟିରେ ମିଶିବ 

ମାଟିର ମଣିଷ ଦିନେ ମାଟିରେ ମିଶିବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍