STORYMIRROR

Narayan chandra Senapati

Others

2  

Narayan chandra Senapati

Others

ମାଟିର ମହକ

ମାଟିର ମହକ

1 min
451


🌷 *ମାଟିର ମହକ*🌷

ପହିଲି ଆଷାଢର ପହିଲି ବୁନ୍ଦା


କରେ ଯେବେ ଭୂଇଁକୁ ସଙ୍ଗମ


ଭିଜାମାଟିର ବାସ୍ନା ମହକାଏ


ପ୍ରେମୀ ଯୁଗଳଙ୍କ ତନୁମନ ପୁଲକିତ ହୁଏ


ଶିହରଣ ଆଙ୍କେ ଆବେଗର ମଧୁଛନ୍ଦା


ଜାଗିଉଠେ ଅଫୁରନ୍ତ ଆକର୍ଷଣ॥


ସଜ ଆଷାଢର ଆଶାର ସଲିଳ


କରେ ଯେବେ ଭୂମିକୁ ଓଦା


ମାଟିର ମଣିଷଟା କରେ ମାଟି ଦେବତାର ପୂଜା


ରଜସ୍ୱାଳା ମାଟି ଆତୁରେ ଡାକେ ହଳ ଲଙ୍ଗଳକୁ


ଆଖିରେ ଧରି ଅସୁମାରୀ ସ୍ୱପ୍ନ


କର୍ଷଣ..ବୀଜ ବପନ..ଭିଜା ଭିଜା


ଶ୍ୟାମଳିତ ଶାବକ କୋଳେ ସ୍ମିତ ଉନ୍ମାଦିନୀ


ବିଶ୍ୱକୁ ଦିଏ ସଞ୍ଜିବନୀ ବାର୍ତ୍ତା


ବଞ୍ଚାଏ ବଢାଏ ସାଜି ଦିବ୍ୟା ଅନ୍ନପୂର୍ଣ୍ଣା॥


ସେ ସୁବର୍ଣ୍ଣ ମାଟିର ପବିତ୍ର ଧୂଳି


କରେ ଯେବେ ମଥା ସ୍ପର୍ଶ


ଚନ୍ଦନ ପରାୟେ କରେ ବ୍ୟଥା ଉପଶମ


ସେ ଧୂଳି ଶିରେ ଲାଗିଲେ ଲାଗେ ସ୍ୱର୍ଗଧାମ


ଦେଶପ୍ରେମ ଖେଳିଯାଏ ଶିରା ଧମନୀରେ


ମା' ମାଟିର ଆଶିଷ ଗଢେ ସାଧ୍ୱି ବୀର


ଉଡାଏ ବିଜୟ ବାନା ମାଟି ମହକରେ


କରେ ସେହି ମାତୃତ୍ୱକୁ ସହସ୍ର ପ୍ରଣାମ॥


ସେ ମାଟିର ଅତୁଲ୍ୟ ସେନେହ


ଯେବେ ହାତ ଠାରି ଡାକେ ସକଳ ଜୀବଙ୍କୁ


ଜନ୍ମ ଜନ୍ମ ପାଇଁ ଗଢେ ଶରଧାର ବାସ


ଶିଖାଏ ସେ ଆତ୍ମୀୟତା ତାର ମହକରେ


ଛନ୍ଦାଛନ୍ଦି ବନ୍ଧାବନ୍ଧି ମମତା ଡୋରରେ


ଅନାବିଳ ପ୍ରେମ ସତେ ଚୁମ୍ବକୀୟ ସ୍ପର୍ଶ


ଟାଣିଆଣେ ତା କୋଳକୁ ସଦା ଅହର୍ନିଶ


ଏକତାର ମନ୍ତ୍ର ଫୁଙ୍କି ଦିଏ ସଞ୍ଜିବନୀ


ଦୂରେ ଥାଇ ପ୍ରେମ ସ୍ମୃତି କରେ ଶତ ଧ୍ୱନି


ମାଟିର ମହକ


ବିଶ୍ୱେ ତାର ଅବିକଳ ନ କଳେ ଝଲକ


ପୂଜଚୟା ସେହି ଦେବୀ ଦିବ୍ୟରୂପା॥


🌻 *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*🌻


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍