STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ମାଟିକଳସ

ମାଟିକଳସ

1 min
27.6K


ମାଟି କଳସ

ଶଶାଙ୍କ ଶେଖର ରାୟ


କେଉଁ କୁମ୍ଭାରଟିଏ ପରସ୍ତ ପରସ୍ତ ମାଟିକୁ ଚକଟି

ଗଢିଛି ମୋର କୁମ୍ଭାକାର ଶରୀର

ପାଣିର ଛୁଆଁରେ ବତୁରି ନ ଯିବି ବୋଲି

ରଡ଼ ନିଆଁ ଭାଟିରେ ଗାଧେଇ ଦେଇଛି

ମୋର ପୁରା ଅସ୍ଥିତ୍ଵ ।

କଳା ପୋଡା ଅଙ୍ଗାରର ମୁହଁ ନେଇ

ଏନ୍ତୁଡିଶାଳରୁ ମଶାଣୀ ଭୂଇଁ ଯାଏଁ

ଶୁଭ ଅଶୁଭେ ମୁଁ ରହିଥାଏ ଯୋଡି

ଭରି ମୋ ଅଙ୍ଗେ ଜୀବନର ପୂଣ୍ୟ ତୀର୍ଥଜଳ

ଶୁଭ ମନାସି ସଦା ଜଗାଏ ସଭିଙ୍କ ବୀରତ୍ଵ ।

ଧରି ଦୂବବରକୋଳି ଆମ୍ଵଡାଳ ଶ୍ରୀଫଳ

ଲଗାଇ ଗଳାରେ ରକ୍ତଜବା ସିନ୍ଦୁର

ଶୁଳ୍କଧାନ ପରେ ଆସ୍ଥାନ ଜମାଇ

ଏକା ଏକା ନିରବେ ଭାବୁଥାଏ ବସି

କେଉଁଠି କେବେ ପଡିଥିଲି ଦିନେ ମାଟି ମୁଠାକ ହୋଇ ।

ଆତ୍ମଗର୍ବେ ଭୁଲିଛି ଦେଇଥିଲା ଯେ ପରିଚୟ

ଜାଣିନି କେବେ ସେ ଖଣ୍ଡ ଖଣ୍ଡ ଖପରା କରି

ଉଜେଇ ଦେବ ନଈ ନାଳ ପୋଖରୀ ସମୁଦ୍ରକୂଳେ

କାହାର ଟିକିଏ ଅଶୁଭ ନଜର ଛୁଆଁତାରେ

ମାରା ହୋଇଗଲି ବୋଲି ମୋତେ କହିକହି ।

ମୋ- 7377197999

ଦଶହରା ବିଶେଷାଙ୍କ ପାଇଁ


Rate this content
Log in