ମାଟିଦୀପ
ମାଟିଦୀପ
1 min
102
ଧନ୍ୟରେ ମାଟିଦୀପ ବଞ୍ଚିଛୁ ସଂସ୍କୃତି ପାଇଁ l
ତୋହର ଆଲୋକ ପାଇଛି ମୋ ମାଟି ଭୂଇଁ l
ଯୋଗାଏ ନୀତି ଦିନ ପୂଜା ବେଦୀର ସ୍ଥାନେ l
କୁମ୍ଭାର ଗଢ଼ି ଦିଏ ଦିଏ ଜଗତକୁ ଦାନେ l
ମାଟିର ପ୍ରଭାବ ବଢାଇ ଦିଅନ୍ତିରୀତି ମତେ l
ଧନ୍ୟ କୁମ୍ଭାର ଆମ ମହିମା ଗାନ ଗୀତେ l
ପୂଜା ବେଦୀର ସ୍ଥାନେ କିବା କଳସ ଉପରେ l
ଦିପଟି ଜଳି ଆଲୋକେ ଜ୍ଞାନ ମତି ଭରେ l