STORYMIRROR

Santosh Pattnayak

Others

3  

Santosh Pattnayak

Others

ମାଟି

ମାଟି

1 min
224

ମାଟି ଆମ ମାଆ ମାଟି ଆମ ସାହା 

 ମାଟିହିଁ ଅସଲି ବଇକୁଣ୍ଠ ପରା 

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା 

 ଜୀବନ ଜୀବିକା ଏଇ ଧରା

ମାଟି ଆମ ମାଆ ପବିତ୍ର ଏ' ନାଆଁ 

 ମାଆ ଗର୍ଭ ପରେ ଆମରି ସାହା 

ମାଟି କଳସୀଟା ଅଗ୍ନି ଝାସ ସହି 

 ତୁଷାର୍ତ୍ତ ପ୍ରାଣକୁ ଯୋଗାଏ ରାହା 

ଶ୍ରୀମନ୍ଦିର ଶିରୀ ମାଟିର କୁଡ଼ୁଆ 

 ଶ୍ରୀମହାପ୍ରସାଦ ଭୋଗକୁ ଧରି

ମାଟିରେ ଗଢ଼ା ଏ' ଶରୀରଟା ଦିନେ

ଶ୍ମଶାନ ମାଟିରେ ଯିବରେ ସରି 

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍