STORYMIRROR

Kusum Panda

Others

3  

Kusum Panda

Others

ମାଟି

ମାଟି

1 min
230


ଅଛି ମୋର ମାଆ ମୋ ମାଟି ଧରଣୀ

କୋଳରେ ବଢ଼ାଇ କରିଛି ସେ ଋଣୀ।


ଶସ୍ୟ ଉତ୍ପାଦନ ଏ ଦେଶ ମାଟିରେ

ବହୁ ପରିମାଣ ବହୁତ ମୋଟରେ।


ଚାଷ ପ୍ରଣାଳୀର ନିୟମ ପୃଷ୍ଠାରେ

ଉପଲବ୍ଧ ସେବା ଆଗୁଆ ଧାରାରେ।


ଉତ୍କୃଷ୍ଟର ମାଟି ବହିଛି ଧରାରେ

ରହିଛି ମାଟିର ଗୁଣକୁ ସୁମରେ।


ନାନା ପ୍ରକାରର ଅନନ୍ୟ ଶୈଳୀ 

ପ୍ରକାର ଭେଦରେ ବୁଣଇଟି ମାଳୀ।


ମାଟିର ଦୀପାଳି ଶୁଭ ହୁଏ ବୋଲି

ଘଟ ବସାଯାଏ ଧରି ମାଟି ବାଲି।


ମାଟିର ଜିନିଷ ତିଆରି ବିଶେଷ

କେତେ କେତେ କାର୍ଯ୍ୟ ହୋଇଛି ଅଶେଷ।


ମାଟି ତିଆରି ମୋ ମାଆର ଜୀବନ

ଯେତେ ଯାହା ସବୁ ତାଠାରେ ବହନ।


ଶ୍ରଦ୍ଧା ଟାଣି ଆଣେ ମୋ ମାଟି ଉପରେ

କେତେ ସହ୍ୟ କରି ଧରିଛି ବୁକୁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍