ମାଟି
ମାଟି
1 min
221
ମାଟିରୁ ଜନମ ହେଲେ କୋଟି ଜୀଵଗଣ
ନିର୍ଝର ତଡାଗ ଆଦି ଶଇଳ କାନନ।
ପଞ୍ଚଭୂତ ମୃତ୍ତିକାରୁ ପ୍ରତ୍ୟକ୍ଷ ବାହାର
ସେ ଭୂତରୁ ଉଦ୍ଭୂୂତ ମାନବ କଳେବର।
ମୃତ୍ତିିକା ହସ୍ତରେ ଘେନି କୁମ୍ଭକାର ମାନେ
ଅହର୍ନିଶ ରତ ଥାନ୍ତି ଭାଣ୍ଡ ନିରିମାଣେ ।
ମାଟି ଆମ୍ଭ ମାଆ ପରି ଅଟଇ ପ୍ରମାଣ
ଏଣୁ ତାଙ୍କ ସେବା ଭକତିରେ ଥାଉ ଧ୍ୟାନ।
ମୃତ୍ତିକାରୁ ଉପୁଜଇ ସୁନାର ଫସଲ
କୃଷକ ଘେନିଣ ଚଲେ ହୋଇ ଅତିଫୁଲ୍ଲ।
