STORYMIRROR

Satyabati Swain

Others

4  

Satyabati Swain

Others

ମାଟି

ମାଟି

1 min
337


ଏମିତି ଗୋଟେ ସୁଡଙ୍ଗ

ଅନ୍ଧାର ରାଜା ସେଠି

ଦର୍ପଣ ଇଜ୍ଜତ ଲୁଟେ

ଫରକ୍ କଣ ଯେ

ଏଠି ତ ସବୁ ଅନ୍ଧାର !

ସମସ୍ତେ ଅନ୍ଧ

ଅନ୍ଧାର ସବୁରି ମନ

ତୋ ଇଚ୍ଛା ତୁ ଯାହା କର୍

ବିଚ୍ ରାସ୍ତାରେ ରେଫ୍ ଆଣ୍ଡ ମର୍ଡର କର୍

କେହି କିଛି ଦେଖି ପାରିବେନି

ସମସ୍ତେ ବା ଅନ୍ଧ ।


ତୁ ନ୍ୟାୟ ମାଗୁବୁ !

କେଉଁଠି, କାହାକୁ

ସେଠି ବି ଅନ୍ଧାର ରାଜୁତି

ଡଙ୍କ ଆତଙ୍କ

ବଡ଼ବଡ଼ିଆଙ୍କ ଇସାରାରେ

ଚାଲେ ସବୁ କାର୍ଯ୍ୟ

ରଫା ଦଫା ହୁଏ

ନାର୍ଯ୍ୟ ଅଧିକାର

ତୋ ବଳ ବୟସ ସରିଯିବ

ଏମିତି ପାଉଥିବୁ

ଗୋଟେ ପରେ ଗୋଟେ ତାରିଖ।


କଣ କହିଲୁ ?

ଫୁଲା ଫାଙ୍କା ଜୀବନ

ତୁ ଜୀଇଁବୁ

ଯା... ମ

ତୁ କେଉଁ କ୍ଷେତର ମୂଳି କି

ରଥୀ ମହାରଥୀ 

ଗଗନେ ଉଡନ୍ତି

ତୁ ତ ତୁଳା ଟା

କୁଆଡେ ନାଇଁ କୁଆଡେ ଉଡିଯିବୁ

ଅତା ପତ୍ତା ମିଳିବନି

ଯା ଯା ଘୁମେଇଁ ପଡ଼ିବୁ କେଉଁଠି

ଏଠି ତୋ ପାଇଁ 

ଜାଗା ନାଇଁ ମୁଣ୍ଡ ଗୁଞ୍ଜିବାକୁ।


ହଁ ଯଦି ଧୈର୍ଯ୍ୟ ଅଛି

ଗୋଟେ ସକାଳକୁ ଅପେକ୍ଷା କର୍

କେଜାଣି ସୁଡଙ୍ଗ ଶେଷରେ ହୋଇ ପାରେ 

କାଳେ ସୂର୍ଯ୍ୟୋଦୟ

କାଳେ ସେଠି ତୋ ମୁଣ୍ଡେ

ହାତୀ ସୁନା କଳସ ଢାଳିପାରେ

ହୁଏତ ତୁ ହେଇପାରୁ

ନିର୍ଜନ ଦ୍ବୀପର ସମ୍ରାଟ

ସେଠି ଯମୁନା ନଥାଇ

କୃଷ୍ଣ ନଥାଇ

ଥାଇ ପାରେ ବଂଶୀ ସ୍ଵନ

ତୋତେ ଦେଇ ପାରେ

ଯୁଗ ଯନ୍ତ୍ରଣାରୁ ମୁକ୍ତି ।


କଣ ଖୋଜୁଛୁ ଏତେ ଯେ !

ଏତେ ଧର୍ଷଣ, କଷଣ ଶୋଷଣ ଭିତରେ 

ବାଇଆ ହୋଇ !

ସତୀ ଚଉରାରେ

ଦେଢ଼ ହାତ ମାଟି କି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍