ମାଟି ମୋହ
ମାଟି ମୋହ
1 min
171
ଜଡେଇଧରିଛୁ ବୋଲି
ମୁକୁଳେଇପାରିନି ନିଜକୁ
ତୋ ଅସ୍ତିତ୍ବରେ ଗଢ଼ା
ତୋ କୋମଳ ଆଲିଙ୍ଗନରେ
ଅସୀମ ଶକ୍ତି
ତୋ ସବୁଜ ପଣତରେ
ଖୁବ ସୁରକ୍ଷିତ ମୁଁ ।
ତୋ ଭିତରେ ଡହ ଡହ ଜ୍ୱଳନ
ତୋ ବାହାରେ ଶୀତଳ ଆଶ୍ୱାସନା
ମାଟି ବୋଲି ଫାଟିଯାଇନୁ
ଶୁଣିଛି ତୋର ନିରବ ବିଳାପ
ଧ୍ୱଂସର ରସାତଳୁ ।
ତୁ ପୂଣି ଉଠିଛୁ
ସଜାଡି ଦେଇଛୁ ନିଜକୁ ନିଜେ
ମାଟି ଦେଇଛୁ ପାଣି ଦେଇଛୁ
ସ୍ନେହ ପ୍ରେମ କ୍ଷୀର
ସବୁଦେଇଛୁ
ଦେଇପାରିବାରେ ତୁ ସିଦ୍ଧହସ୍ତା
ସବୁ ନେଇବି ମୁଁ ଶାନ୍ତି ପାଇନି
ତୋ ଭିତରେ ଭୁଶୁଡି ଯାଉ ଥିବା
ଜରାୟୁକୁ ଦେଖି ଅଣଦେଖା କରିଛି
ତୋ ସ୍ପନ୍ଦନକୁ ଧିକାରିଛି
ହେଲେ ତୁଟେଇପାରିନି ମୋହ ତୋ ଠାରୁ ।
ମାଟି ରୁ ।
