STORYMIRROR

Nirupama Bhattamishra

Others

4  

Nirupama Bhattamishra

Others

ମାଟି ମୋହ

ମାଟି ମୋହ

1 min
180

ଜଡେଇଧରିଛୁ ବୋଲି

ମୁକୁଳେଇପାରିନି ନିଜକୁ

ତୋ ଅସ୍ତିତ୍ବରେ ଗଢ଼ା

ତୋ କୋମଳ ଆଲିଙ୍ଗନରେ

ଅସୀମ ଶକ୍ତି

ତୋ ସବୁଜ ପଣତରେ

ଖୁବ ସୁରକ୍ଷିତ ମୁଁ ।

ତୋ ଭିତରେ ଡହ ଡହ ଜ୍ୱଳନ

ତୋ ବାହାରେ ଶୀତଳ ଆଶ୍ୱାସନା

ମାଟି ବୋଲି ଫାଟିଯାଇନୁ

ଶୁଣିଛି ତୋର ନିରବ ବିଳାପ

ଧ୍ୱଂସର ରସାତଳୁ ।

ତୁ ପୂଣି ଉଠିଛୁ

ସଜାଡି ଦେଇଛୁ ନିଜକୁ ନିଜେ

ମାଟି ଦେଇଛୁ ପାଣି ଦେଇଛୁ

ସ୍ନେହ ପ୍ରେମ କ୍ଷୀର

ସବୁଦେଇଛୁ

ଦେଇପାରିବାରେ ତୁ ସିଦ୍ଧହସ୍ତା

ସବୁ ନେଇବି ମୁଁ ଶାନ୍ତି ପାଇନି

ତୋ ଭିତରେ ଭୁଶୁଡି ଯାଉ ଥିବା

ଜରାୟୁକୁ ଦେଖି ଅଣଦେଖା କରିଛି

ତୋ ସ୍ପନ୍ଦନକୁ ଧିକାରିଛି

ହେଲେ ତୁଟେଇପାରିନି ମୋହ ତୋ ଠାରୁ ।

ମାଟି ରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍