STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ମାଟି ମାଆର ଡାକ

ମାଟି ମାଆର ଡାକ

1 min
25.5K


ଚନ୍ଦ୍ର ଶେଖର ଆଜାଦ ।

 ତମ ବହି ଯାଇଥିବା ରକ୍ତରଧାର,

ଆଜିବି କହୁଛି ମତେ,

ଆତତାୟୀ ଗୁଳି ଠାରୁ ଶ୍ରେୟ

ମୋ ନିଜ ଗୁଳି ମୋ ନିଜ ହାତ

ଯଦି ଦେବାକୁ ଅଛି ନିଶ୍ଚିତ ବଳିଦାନ,

ସେଦିନ ଥିଲା ଆଜି ବି ଅଛି

ଖାଲି ବଦଳିଛି                  

ଆତତାୟୀର ପରିଚୟ ଓ ଠିକଣା,

ଆଜି ସୁପ୍ତ ଯୁବ ପ୍ରାଣ,

ଭ୍ରଷ୍ଟ ନୁହେଁ ରାଜନୀତି,

ଭ୍ରଷ୍ଟତା ପାଇଁ ଚାଲେ ରାଜନୀତି ଏଠି,

ଫେରି ଆସ ଆଉ ଥରେ

ଯଦି ପାରୁଛ ଆଉ ଥରେ

ପୋଛିବାକୁ ତୁମ ମାଆର ଆଖିର ଲୁହ,

ହେ ଶହୀଦ ପୁତ୍ର ମୋର,

ଚନ୍ଦ୍ର ଶେଖରଏ ତୁମ,

"ମାଟି ମାଆର ଡାକ "।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍