ମାଟି ଘର
ମାଟି ଘର
1 min
283
ଖରା ବରଷା ଶୀତ ସହୁଛି
ଦିଏ ଆମକୁ ସୁଖ l
ମଧୁର ମିଠା ଘରେ ପୁରିଛି
ନାହିଁ ଆମର ଦୁଃଖ l
ଖରା ବେଳକୁ ଆରାମ ଦିଏ
ବର୍ଷା ବେଳକୁ ଛାତ l
ଶୀତ ବେଳକୁ ଘୋଡେଇ ଦିଏ
ମାଟି ଘର ମୋ ମିତ l
ଏ ଘରେ ମାତା ଏ ଘରେ ପିତା
ଏ ଘରେ ପ୍ରିୟତମା l
ସରଗ ପରି ଯାଉଛି ପୁରି
ବଢାଏ ସୁଖସୀମା l
ଏ ଘରେ ଆମେ ପଲଙ୍କ ପାରି
ଖୁସି ମଜାରେ ମନ l
ଶୀତ କାକର ଖରା ବରଷା
କାଟୁଛୁ କାଳ ଦିନ l
