STORYMIRROR

Sneha Mishra

Others

3  

Sneha Mishra

Others

ମାଟି ଘର

ମାଟି ଘର

1 min
231


       ମାଟି ମାଆ ମୋର   ମାଟିର ଘର

       ଏଇ ଘରଟି ମୋ କେତେ ଆପଣାର |

      ମହକରେ ତା’ର ମନ ମୋ ମହକେ

           ସରଗ ଲାଗେ ତା’ର ଭିତର ||୧||


     ମାଟି ଘରଟିକୁ  ଆପଣାର କରି

         ଭୁଲିଯାଏ ମୁହିଁ ସବୁ ଦୁଃଖ ତ |

     ମାଟିର ମହକ   ଯିଏ ସେ ଜାଣିଚି

        ଭୁଲି କେ ପାରିବ ତା’ ଆପଣାର ||୨||


     ଝୋଟି ,ଚିତା ଆଉ  ରଙ୍ଗ ମୁରୁଜରେ |

     ଝଟକୁ ଥାଏ ସେ   ପୂଜାପର୍ବରେ ||୩||

     ସତେକି ହସୁଚି   ମୋ ମାଟିଘର |

     ଇର୍ଷାରେ ଜଳୁଚି ସିମେଣ୍ଟ ପଥରଘର ||୪||


     ମାଟିଘର ଛାଡି କୋଠାଘରେ ରହି

          ଭାବିଲି ରହିବି  ଖୁସିରେ |

     ମା’ ସ୍ନେହ ଭାଇ ଭଉଣୀ ପୀରତି

           ଖୋଜି ବୁଲୁଚି ମୁଁ ସହରେ ||୫||


Rate this content
Log in