STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ମାଟି ଘର

ମାଟି ଘର

1 min
266

ଲୋଡା ନାହିଁ ମୋତେ, କେବେ କଦାଚିତେ

ନଭସ୍ଚୁମ୍ଵୀ ନବ ନୃପ ଅଟ୍ଟାଳୀ ।  

ମାଟି ଘର ମୋର, ମୋ ପାଇଁ ସୁନ୍ଦର

ଲୋଡା ନାହିଁ ମୋତେ ରଜତଥାଳୀ । । 


ବାଉଁଶ କାଣ୍ଡର, କରିଛି ଛପର

ଖର୍ପର କରିଛି ଆତପ ତ୍ରାଣେ

ପୃଷ୍ଠଭୂମି ତାର, କେଡେ ଦୃଢ଼ତର

ଅନୁୁକୂୂଳ ସଦା ଆପଣା ପ୍ରାଣେ । । 


ଲବ୍ଧ ପ୍ରାକୃତିକ, ସମ୍ପଦ ଯେତେକ

ନର ପ୍ରୟୋଜନେ ହୋଇଛି ଗଦା

ତାକୁ ଶ୍ରମବଳେ, ବ୍ୟବହାର କଲେ

ଗୃହ ଦୃଢ଼ୀଭୂତ ସଦା ସର୍ବଦା । । 


ମାଟିରୁ ମାନବ, ହୋଇଛି ସମ୍ଭବ

ମାଟି ଅଟେ ଆମ ଜନନୀ ସରି

ନୁହଇ ଏ ମାଟି, ପ୍ରକୃତେ ମାଆ ଟି

ନର ହିତେ ଅଛି ଜୀବନ ଧରି । । 


ସେହି ମାଆଙ୍କର, ସେବାଯତ୍ନ କର

ପାଷାଣ ଗୁୁୁଣ୍ଡରେ ନ କର ଘର

ମାଆଙ୍କର ଧୂଳି, ଶୂଚୀମନ୍ତ ବୋଲି

(ଘର) ନିର୍ମାଣ ର ହେଉ ମୂଳମନ୍ତର । ।  


Rate this content
Log in