STORYMIRROR

Arendra Kumar

Others

3  

Arendra Kumar

Others

ମାଟି ଚୁଲି

ମାଟି ଚୁଲି

1 min
145

ରୋଷେଇଶାଳାର ଚିତ୍ର

ବଦଳି ଯାଇଛି

ମଟିଚୁଲି ପରିବର୍ତ୍ତେ

ଗ୍ୟାସରେ ରାନ୍ଧୁଚି (୧)


ପୁଡ଼ା ଆଳୁ,ବାଇଗଣ

ପଖାଳ ସାଥିରେ

ବଡ଼ିଚୁରା ଶାଗ ଭଜା

ଥିବ ତା ସାଙ୍ଗରେ (୨)


କୋଉଠି ହଜିଲା ମୋର

ପିଲା ଦିନ ଖୁସି

ମାଟିଚୁଲିରେ ତିଅଣ

ମା' ଦିଏ ପରଷି (୩)


ମାଆ ହାତ ସ୍ୱାଦ ନାହିଁ

ମମିଙ୍କ ହାତରେ

ଚୁଲି ବ୍ୟଞ୍ଜନର ସ୍ୱାଦ

ନାହିଁ ଗିଆସରେ (୪)


ଗ୍ୟାସ ଇନ୍ଧନରେ ପାକ

ହୁଏ ପ୍ରତି ପୁରେ

ମାଟିଚୁଲି ବନ୍ଧା ଆଜି

ସ୍ମୃତି ବନ୍ଦୀଘରେ (୫)



Rate this content
Log in