STORYMIRROR

Arendra Kumar

Others

3  

Arendra Kumar

Others

ମାଟି ଚୁଲି

ମାଟି ଚୁଲି

1 min
148

ରୋଷେଇଶାଳାର ଚିତ୍ର

ବଦଳି ଯାଇଛି

ମଟିଚୁଲି ପରିବର୍ତ୍ତେ

ଗ୍ୟାସରେ ରାନ୍ଧୁଚି (୧)


ପୁଡ଼ା ଆଳୁ,ବାଇଗଣ

ପଖାଳ ସାଥିରେ

ବଡ଼ିଚୁରା ଶାଗ ଭଜା

ଥିବ ତା ସାଙ୍ଗରେ (୨)


କୋଉଠି ହଜିଲା ମୋର

ପିଲା ଦିନ ଖୁସି

ମାଟିଚୁଲିରେ ତିଅଣ

ମା' ଦିଏ ପରଷି (୩)


ମାଆ ହାତ ସ୍ୱାଦ ନାହିଁ

ମମିଙ୍କ ହାତରେ

ଚୁଲି ବ୍ୟଞ୍ଜନର ସ୍ୱାଦ

ନାହିଁ ଗିଆସରେ (୪)


ଗ୍ୟାସ ଇନ୍ଧନରେ ପାକ

ହୁଏ ପ୍ରତି ପୁରେ

ମାଟିଚୁଲି ବନ୍ଧା ଆଜି

ସ୍ମୃତି ବନ୍ଦୀଘରେ (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍