STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ମାତୃଶକ୍ତି

ମାତୃଶକ୍ତି

1 min
13.7K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ମାଆ ବୋଲି ଯେଉଁ ଶବଦ କେଡେ ମଧୁର ସତେ

• ତା ସମାନ କେହି ନୁହଇ ପରା ତିନି ଜଗତେ ।।


• ମାଆ ଶଦ୍ଦ ସୁଧା କରିଲେ ପାନ ଯଶ କିରତି

• ଧନ,ଆୟୁ,ବଳ ବଢଇ ମିଳେ ସରଗ ଶାନ୍ତି ।।


• ମାଆ ସ୍ନେହ , ଶ୍ରଦ୍ଧା ଲଭଇ ଯେଉଁ ସନ୍ତାନ ହେଳେ

• ତ୍ରିଦିବ ଐଶୋର୍ଯ୍ୟ ଲାଗଇ ତୁଚ୍ଛ ତା ସମିପରେ ।।


• ମାଆ ପଦଧୂଳି ଜାହ୍ନବୀ ମାଟି ଠାରୁ ପବିତ୍ର

• ମଥାରେ ଲେପିଲେ ଜୀବନେ ଖ୍ୟାତି ମିଳଇ ସୁଖ ।।


• ମାଆ ପଣତର ଉଢାଳେ ଥାଏ ବୈକୁଣ୍ଠ ଶିରୀ

• ଡର ଭୟ ନାହିଁ କାଳ ବି କେବେ ନପାରେ ଧରି ।।


• ମାଆ ର ଆଶିଷ ଲଭିଲେ କୋଟି ଜନ୍ମର ପୂଣ୍ୟ

• ମିଳଇ , ବୈକୁଣ୍ଠ ପୁରକୁ ଯାତ୍ରା ହୁଏ ସୁଗମ ।।


• ମାଆ ସର୍ବ ଦେବାଦେବୀଙ୍କ ଅଗ୍ର ପୁଜ୍ୟ ଅଟଇ

• ସେ ପଦ ସେବକ ପ୍ରଫୁଲ୍ଲ ନିତ୍ୟ ତାକୁ ସ୍ମରଇ ।।




Rate this content
Log in