ମାତୃଭୂମି
ମାତୃଭୂମି
1 min
11.8K
ଇତିହାସ କହେ ଏ ଜାତି ବାରତା
ଯେତେ ପୂର୍ବ ଗୌରବ ଗାଥା
ଭାରତ ଜନନୀ ବୀର ପ୍ରସବିନୀ
ଯୁଗେ ଯୁଗେ ବିଶ୍ଵ ବନ୍ଦିତା ।
ଭାରତ ମାତାର ଆମେ ଯେ ସନ୍ତାନ
ବିଶ୍ଵ ଭାତୃତ୍ବ ଆମ କାମ୍ୟ
ସ୍ନେହ ପ୍ରେମ ମୈତ୍ରୀ ଜୀବନର ମନ୍ତ୍ର
ସଦଭାବନା ଆମ ଧର୍ମ।
କେହି ବଡ଼ ନୁହେଁ ନୁହେଁ କେହି ସାନ
ସଭିଏଁ ଅଟନ୍ତି ସମାନ
ସତ୍ୟ ଶାନ୍ତି ଦୟା କ୍ଷମା ଆଚରଣେ
ଜୀବନ ହୁଅଇ ମହାନ ।
ନୀଳ ଗଗନରୁ ସୁନେଲି କିରଣ
ଝଲ ମଲ ହୋଇ ଝରୁଛି
ନୂତନ ପ୍ରେରଣା ଆଶା ଉନ୍ମାଦନା
ପ୍ରାଣେ ପ୍ରାଣେ ଭରି ଯାଉଚି ।
ଆମ ବଳି ଦାନେ ବଢିବ ଐଶ୍ୱର୍ଯ୍ୟ
ପୁଣ୍ୟ ଆମ ମାତୃଭୂମି ର
ସେବକ ଆମେ ଯେ ଜାଗ୍ରତ ପ୍ରହରୀ
ଗୌରବ ଜନ୍ମଭୂମି ର ।
