STORYMIRROR

Debadatta Jena

Children Stories Inspirational

2  

Debadatta Jena

Children Stories Inspirational

ମାତୃଭାଷା

ମାତୃଭାଷା

1 min
120

ମାତୃଭୂମି ମାତୃଭାଷାର ମମତା

ଯା ହୃଦେ ଜନମି ନାହିଁ,

ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ..!

ଦେଶପ୍ରେମୀ ଦେଶପ୍ରେମର ମହିମା 

ଦେଶ ଭକ୍ତି ଯଦି ନାହିଁ,

ଦେଶ ଭକ୍ତ ବୋଲି କାହାକୁ କହିବା 

ଭଣ୍ଡ ଭକ୍ତ ଗଣା ସେହି..!

ସ୍ୱାଧୀନତା ମୂଲ୍ୟ ଯିଏ ଜାଣେ ନାହିଁ

ସିଏ କି ସୁନାଗରିକ,

ନାଗରିକ ନାମେ କଳଙ୍କ ସେମାନେ

କଳଙ୍କିତ ଇତିହାସ..!

ପରାଧୀନତାର ଶୃଙ୍ଖଳ ଛିଡାଇ

ଛାତିରୁ ନିଗାଡ଼ି ରକ୍ତ,

ଦିଏ ପ୍ରାଣଵଳୀ ନତ ଶିର ହୋଇ

ସେ ହିଁ ସଚ୍ଚା ସପୁତ..!

ଜାତିର ସୁରକ୍ଷା ଜାତୀୟ ସଂହତି,

ଯିଏ ନ ପାରୁଛି ଚିହ୍ନି,

ତାକୁ ଯଦି ଦେବା ସୁରକ୍ଷା ଦାୟିତ୍ୱ

ଆତଙ୍କୀ ରହିବେ କାହିଁ..!

ଗୁଣି ଜନ ସିନା ଗୁଣ ଚିହ୍ନି ଥାଏ

ଗୁଣିଆ ଚିହ୍ନଇ ଗୁଣ,

ଅଗୁଣି ବଣିଆ କାହୁଁ ସେ ଚିହ୍ନିବ

ସୁନା କି ବେଙ୍ଗି ପିତ୍ତଳ..!

ମାତୃଭାଷା ଯାର ବଳିଷ୍ଠ ଉନ୍ନତ

ସେ ଜାତି ସେତେ ଉନ୍ନତ,

ମାତୃଭୂମି ପ୍ରୀତି ଯିଏ ଶିଖେ ନାହିଁ

ବୈମାତୃକ ସେ ଅଥର୍ବ..!

ମାତୃଭୂମି ମାତୃ ଜାତିର ସମ୍ମାନ

ଯେଉଁ ଜାତି ଶିଖି ନାହିଁ,

ଦେଶ ପ୍ରେମ ବହ୍ନି ପ୍ରଜ୍ଜଳିତ କାହୁଁ

ଅମାନବ ଗଣା ସେହି..!

ପଢିବା, ଶିଖିବା, ଆସ ପଢ଼ାଇବା

ନିଜ ନିଜ ମାତୃଭାଷା,

ଭାଷାର ଉନ୍ନତି, ଦେଶର ପ୍ରଗତି

ଉଚ୍ଚ ହେବ ନିଜ ମଥା,

ଦେଶର ପ୍ରଗତି କର ଯେବେ ଆସ

ଭାଷାର ସମୃଦ୍ଧି କର,

ନିଜେ ଵି ବଂଚିବ ଭାଷା ଵି ବଂଚିବ

ଜୀବନର ମାନଦଣ୍ଡ..!

ଉଡ୍ରରୁ ଓଡ଼ିଆ, ତ୍ରି-କଳିଙ୍ଗ ଧାରା,

ଓଡ଼ିଆ ଚିର ଅମ୍ଲାନ,

ରହିଛି ରହିବ ଅନନ୍ତ କାଳକୁ

ଭାଷା ଅଟେ ଗରୀୟାନ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍