Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Others

4  

Jharana Rout

Others

ମାତୃ ପୂଜା

ମାତୃ ପୂଜା

1 min
5



     ତୋ କୋଳ ବୋଉ ସବୁଠୁ ନିଆରା

         ସବୁ ଦୁଃଖ ଭୁଲିଯାଏ

    ସବୁ ଯନ୍ତ୍ରଣା ମନେ ଥିଲେ ଚାପି

         ସବୁ ଦୂର ହୋଇଯାଏ ।


    ଭୋକେ ଥିଲେ ତୋ ହାତ ପରଷ

         ଲାଗେ ଲୋ ଅବଢ଼ାପରି

    ତୋ ମିଠା ମିଠା କଥା ଶୁଣିବାକୁ

        ରହେ ଲୋ ଚାତକ ପରି ।


    ତୋ ପଣତ ବଡ଼ ଦେଉଳର ନେତ

        ଦୁଃଖ କେବେ ଛୁଁଏ ନାହିଁ

     ତୁ ପାଖେ ଥିଲେ ସବୁ ମିଳିଯାଏ

        ଆଉ କିଛି ଲୋଡ଼ା ନାହିଁ ।


     

     ତୋର ଆକଟ ସୁଧାରି ନିଏ ଲୋ

        କଣ୍ଟା ରାସ୍ତା ହୁଏ ଫୁଲ

     ତୋ ଆଦର୍ଶରେ ଗଢ଼ା ମୋ ଜୀବନ

        କିଏ ଲୋ ଦେବ ତା ମୂଲ୍ୟ ।

  


Rate this content
Log in