STORYMIRROR

puspalata samantary

Others

4  

puspalata samantary

Others

ମାତ୍ର ମୁଠାଏ ପାଉଁଶ

ମାତ୍ର ମୁଠାଏ ପାଉଁଶ

1 min
363

ପୁତ୍ର କନ୍ୟା ପତି ପ୍ରତିଷ୍ଠା ରେ ଦିନେ

ସଂସାର ତ ହସୁଥିବ,

ଜୀବନ ନଉକା ଆନନ୍ଦ ସାଗରେ

ନାଚି ନାଚି ଭାସୁଥିବ।

ଇର୍ଷା ଓ ଅସୂୟା ଛଳନା କପଟ

ସ୍ପର୍ଶ ତ କରିବ ନାହିଁ,

ଈଶ୍ବର ବିଶ୍ବାସ ଥିବ ତ ସର୍ବସ୍ବ

କର୍ତବ୍ୟ ରେ ଧ୍ୟାନ ଦେଇ।

ସଦ୍ ଗୁଣ ସମ୍ପନ୍ନ ଦେବପୋମ ଗୁଣ

ଚିହ୍ନି ତନ୍ମୟ ହୋଇବ,

ଆନନ୍ଦ ଦାୟିନୀ ସୁଦିନକୁ ସବୁ

ପ୍ରାଣଠୁ ଭଲପାଇବ।

ପରିବାର ଚଉପାଶେ ପରା ତୁମେ

ସଜାଗ ପ୍ରହରୀ ଥିବ,

ପ୍ରାଣପଣେ ଜଗି ଦୁଷ୍ଟ ନଜରଠୁ

ଆଢୁଆଳେ ରଖିଥିବ।

ମନମଧ୍ୟେ ଜନ ଦେଖଇ ସପନ

ସଂସାରୀ ପଥର ଭାବ,

ଭାବଇ ସାହାସ ସାଥେ ଥିଲେ ତୁମ

କିସ ହୋଇବ ଅଭାବ ?

ସମୟ ବାହୁଡେ ସଂସାର ଯାତନା

ଦେହକୁ ଦହନ କରେ,

ଦହନର ଜ୍ବାଳା ଦୁର୍ବିସହ ଅଟେ

କିଏ ବା ତହୁଁ ନିସ୍ତରେ?

ଜୀବନ ର ଆଉ ଏକ ନାମ ଅଛି

ଯାତନା ଯାହାର ନାମ,

ସଂସାରୀଟିଏ ସେ ଭାବି ତ ନଥାଏ

ଯାତନା କେଡେ ନିର୍ମମ।

ଅତୀତ ସେ ଗଲା ବର୍ତ୍ତମାନ ହେଲା

ଅପେକ୍ଷା ରଖେ ଭବିଷ୍ୟ,

ଏହା ଅଟେ ଧ୍ରୁବ ଭବିଷ୍ୟଟା ପରା

ମାତ୍ର ମୁଠାଏ ପାଉଁଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍