STORYMIRROR

Rosy Mishra

Others

3  

Rosy Mishra

Others

ମାତୃ ଦିବସ

ମାତୃ ଦିବସ

1 min
371

ମାତୃ ଦିବସ କି ତୁମେ ପାଳି ଜାଣ

ଆମେ କି ନ ଜାଣୁ ପାଳି

ତୁମେ ପାଳୁଥାଅ ଦେଖେଇ ହବାକୁ

ବରଷକେ ଥରେ ଭାଳି।


ଅନ୍ତରେ ତୁମର ଭରିଛି କପଟ

ବାଣ୍ଟି ନିଅ ବାପ ମାଆ

ଗୋଟିଏ ଅନ୍ତରୁ ଜନ୍ମଦେଇ ଯିଏ

ହୋଇଲେ ତୁମକୁ ସାହା ।


ସ୍ଵଛ ମନା ଆମେ ଯେତେ ପଶୁପକ୍ଷୀ

ଜଙ୍ଗଲ ଆମର ସାଥୀ

ନିର୍ମଳ ହୃଦୟେ ରହୁ ଏକ ଠାବେ

ବିଲୁଆ, ଗଧିଆ, ହାତୀ ।


ରୋଜି ମିଶ୍ର

ଅଧ୍ୟକ୍ଷା (ଲିଟିଲ ଫ୍ଲାୱାର ଇଂରାଜୀ ମାଧ୍ୟମ ବିଦ୍ୟାଳୟ)

ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା।


Rate this content
Log in