STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମାତୃ ଦିବସ

ମାତୃ ଦିବସ

1 min
196

ଅନ୍ତଫାଡି଼ ମୁହିଁ ଜନମ କରିଲି

ତିନି ପୁଅ ଦୁଇ ଝିଅ

ବଡ଼ ସରାଗରେ ବାତ୍ସଲ୍ୟ ମମତା

ଭାବି ଥୋଇଥିଲି ରୁଅ।୧


କେତେ ଆଶାଥିଲା ଏହି ରୁଅ ମାନେ

ଖରା ବରଷା ଓ ଶୀତେ

ସୁରକ୍ଷା ଯୋଗେଇ ଶେଷ ଜୀବନଟା

ଭଲରେ ରଖିବେ ମୋତେ।୨


ଖାଇବାକୁ ଦେବେ ଯଥାସାଧ୍ୟ ଖଟି

ପିନ୍ଧିବାକୁ ଦେବେ ଲୁଗା 

ଶୋଇବାକୁ ଦେବେ ବିଛଣାଟେ ପାରି

ହୃଦୟରେ ଥୋଇ ଜାଗା।୩


ଗୁହ ମୂତ ବାନ୍ତି ରୋଗ ଆଉ ଶୋକ

ସବୁକୁ ସହିବେ ଚାହିଁ

ଶେଷ ଜୀବନଟା ଭଲରେ କଟିବ

ମା ପରି କେ'ଅଛି କାହି?୪


ଚାତକ ପରାଏ ଦିନେ ଚାହିଁଥିଲି 

ଆଜି ହେଲି ସାତପର

ପୁଅ ଝିଅ ସବୁ ବେଜାତି ସହିତ

ଧରିପଳା ନିରନ୍ତର।୫


ପାଞ୍ଚଟି ସନ୍ତାନ ଜନମ ଦେଇକି

ଆଲୋକ ପବନ ଆଦି

ଦେଖେଇଲି ସବୁ ଭବିଷ୍ଯ ସକାଶେ

ଏବେ ଦେଇଗଲେ ଛେଦି।୬


କିଏ କହିଗଲା ତୋହରି ପାଇଁକି

ଜୀବନ ହୋଇଲା ମାଟି

କୁକୁରୀ ନାଘୁଣୀ ଭୁତୁଣୀ କହି କି

ଅପବାଦ ଦେଲେ ଛାଟି।୭


ଆଜି ସେହିମାନେ ମାତୃ ଦିବସକୁ

ପାଳନଟେ କରୁଛନ୍ତି

ଲୋକ ଦେଖେଣିଆ ଫଟୋଟେ ଉଠାଇ

ଫେସବୁକେ ଛାଡୁଛନ୍ତି।୮


ନିଜକୁ ଯିଏରେ ଚିହିଁ ନାହିଁ ଭବେ

ଆଉ ବା କାହାକୁ କିଏ

ଚିହ୍ନିବ ଅନ୍ତର ଫାଟି ଯାଉଥିବା

ଆକୁଳତା କା'ର ଥାଏ?୯


ପୋଡି଼ ଜଳିଯାଉ ଆନନ୍ଦ ଉଲ୍ଲାସ

ମାତୃ ଦିବସଟା ପାଳି

ଦିନେ ହେଲେ ଥରେ ବୁଝିଥାନ୍ତ ଭଲା

ମାଆ କିଏ ମନ ଭାଳି?୧୦



Rate this content
Log in