ମାତୃ ଦିବସ
ମାତୃ ଦିବସ
ମାଆ ନାମଟି ହିଁ ଅମୃତ।
ଯିଏ ସର୍ବଦା ବହିଥାଏ
ଛଳଛଳ ଆଉ କଳକଳ।
ସ୍ବର୍ଗର ମନ୍ଦାକିନୀ ମର୍ତ୍ତ୍ୟର ଗଙ୍ଗା
ଆଉ ପାତାଳର ଭୋଗବତୀ ପରି।
ଯେତେ ମାପିଲେ ବି
ତୋ ଗଭୀରତା ଅନନ୍ତ।
ତୁମେ ତ ପବିତ୍ର ଆଉ ଶୁଦ୍ଧ
ପ୍ରତିଟି ନିଃଶ୍ୱାସରେ
ଆଉ ଆମ ଆଇନାରେ
ନାଚିବୁଲେ ଘୂରିବୁଲ ଦେବାକୁ ବ୍ୟାକୁଳ।
ତୁମେ କଣ ନ ଦେଇଛି କୁହ ତ?
ଦଶମାସ ଦଶଦିନ ଧାରଣ
ଆନ୍ତଫାଡି଼ ନିଜ ଜୀବନକୁ
ପାଣି ଛଡେ଼ଇଛ ତମାମ ଯୌବନ।
ତୁମକୁ ଆଜିର ଏ ଦିନରେ
କୋଟିଏ ପ୍ରଣାମ ଆଉ ଧନ୍ୟବାଦ
ଯେବେ ଶୟନେ ଓ ସ୍ୱପ୍ନରେ
ଲାଖି ଯାଇଥିଲ କର୍ମ ଓ ଧର୍ମରେ
ନିଜ ଲୁହ ନିଜେ ହିଁ ପିଇକି।
ମୋତେ କ୍ଷମା କରିଦେବ
କିଛି ବି ସୁଝାଇ ପିରିଲିନି ଋଣ।
ମରିଯିବି ପଛେ ଅଭୁଲା ରହିଲା
ତୁମ ସ୍ୱପ୍ନକୁ ପ୍ରେମକୁ ଓ ଭଲ ପାଇବାକୁ
ଆଶୀର୍ବାଦ ଅବଶ୍ୟ ଦେବ
ଆଜିର ଏ ମାତୃ ଦିବସରେ।
