STORYMIRROR

Sudruma Panda

Others

4  

Sudruma Panda

Others

ମାତା ପରି ଗୋମାତା

ମାତା ପରି ଗୋମାତା

1 min
157


ଅନ୍ତ ଚିରି ମାତା ଦେଇଥିଲା ଜନ୍ମ

ପାଳିଥିଲା ବକ୍ଷୁ ଅମୃତ ଦେଇ,

ସେହିପରି ଗାଈ କ୍ଷୀର ର ପ୍ରଭାବେ

ହୃଷ୍ଟ ପୃଷ୍ଟ ହୋଇ ବଞ୍ଚିଛି ମୁହିଁ ।। ୧


ମାତା ଋଣ କେବେ ସୁଝି ତ ନୁହଇ

କରୁଥିଲେ ଯେତେ ଯେତେ ପ୍ରଯତ୍ନ,

ସେହି ପରି ମାତା ଠାରୁ ଗୋମାତାର

ବଦାନ୍ୟତା କେବେ ନୁହଇ ନ୍ୟୁନ ।। ୨


ମାତା ର ସେବାରେ ତା ସ୍ବାର୍ଥ ନଥାଏ 

ଦାନେ ରଖେନି ପ୍ରତିଦାନ ଆଶା,

ସେପରି ଗୋମାତା ଦାନ କରେ ଖାଲି

ପ୍ରତିଦାନେ ଲୋଡ଼େ ଖଣ୍ଡିଏ ବସା ।। ୩


କୁଟା ନଡ଼ା ଖାଇ ବଳା ପେଜ ପିଇ

ଅମୃତ ସଦୃଶ ଗୋରସ ଦିଏ,

ସେହି ଗୋରସ ରେ ଦୁନିଆଁ ଯାକର

ଖାଦ୍ୟସାର ପ୍ରାଣସାର ବି ଥାଏ ।। ୪


ଦୁଧ ଦହି ଛେନା ଘିଅ କି ଲହୁଣୀ

ଯାହା ଇଚ୍ଛା କିଛି ନାହିଁ ବାରଣ,

ଇଚ୍ଛା ଅନୁସାରେ ପ୍ରତ୍ୟେକ ଜିନିଷ

ଉପଯୋଗ ରେ କରିଥାଏ ଗୁଣ ।। ୫


ଶାତ୍ବିକ ଆହାର ଲୋଡା ହୁଏ ଯେବେ

କ୍ଷୀର ରୁ ପ୍ରସ୍ତୁତ ପ୍ରତ୍ୟେକ ଖାଦ୍ୟ,

ଭୋଜନରେ ମନ ତୃପ୍ତ ହେଇଥାଏ

ଗୋମାତାର ଦାନ ଟି ଅନବଦ୍ୟ ।। ୬


ଗୋବର ରୁ ହୁଏ ସର୍ବୋତ୍କୃଷ୍ଟ ଖତ 

ପବିତ୍ର ଗୋମୟେ ଲିପନ୍ତି ଘର,

ଗୋମୁତ୍ର ରେ ପୁଣ ଔଷଧୀୟ ଗୁଣ

ପଞ୍ଚ ଗବ୍ଯ ରେ ମିଳଇ ନିସ୍ତାର ।। ୭


ଗୋମାତା ର ବତ୍ସା କୃଷି ର ଭରସା

ହଳ ଟାଣି କରେ କୃଷି ଉନ୍ନତି,

ମରି ସୁଦ୍ଧା ତାର ହାଡ଼ ଓ ଚମଡ଼ା

ନାନା ପ୍ରୟୋଗ ରେ ଲାଗଇ ନିତି ।। ୮


ତଥାପି ଏ ନର କରେ ଅତ୍ୟାଚାର

ଗୋରୁଙ୍କୁ ଦିଅଇ ନାନା ଯାତନା,

ଗୋମାଂସ ନିମନ୍ତେ ନିତି ଗୋରୁ ବଧେ

ପାପ ପୁଣ୍ୟ ର ନ କରି ଶୋଚନା ।। ୯


ଆଧୁନିକତାର ଦ୍ୱାହି ଦେଇ ଖାଲି

ସଂସ୍କାର ସଂସ୍କୃତି ହୁଏ ହନନ

ଆଉ କିଛି ଦିନ ଉତ୍ତାରେ ଦେଖିବ

 ଧରଣୀ ହୋଇବ ଗୋମାତା ଶୂନ୍ୟ ।। ୧୦


କରେ ନିବେଦନ ଆଣି ଜାଗରଣ

ଗୋରୁଙ୍କୁ ବଞ୍ଚାଅ ଦେଇ ସୁରକ୍ଷା,

ଗୋରୁଙ୍କର ସଂଖ୍ୟା ବୃଦ୍ଧି ହେଲେ ଯାଇ

ଧରଣୀ ମାତା ବି ପାଇବ ରକ୍ଷା ।। ୧୧



Rate this content
Log in