STORYMIRROR

Chittaranjan Nanda

Others

3  

Chittaranjan Nanda

Others

ମାରିନେଲେ ମହାପାତ୍ରେ, ହୋଇଛେ ଜଳକା

ମାରିନେଲେ ମହାପାତ୍ରେ, ହୋଇଛେ ଜଳକା

1 min
172

କି ସଭ୍ୟତା ଆଜିର ନବ ଭାବନା  

ଚାଉଳ ମିଳେ ଟଙ୍କାରେ 

ଆମ ଚଷା ପୁଅ କୋଢ଼ିଆ ହେଲେଣି  

ମାଗି ଖିଆ ସୃଷ୍ଟି କରେ |୧|


ଦେଖୁଛେ ପ୍ରତ୍ୟେକ ଦିନ ଗୋଟିକ 

ପରେ ଗୋଟେ ଯୋଜନା

ଟଙ୍କାକେ ବାରଣା କଣ୍ଟ୍ରାକ୍ଟର ମନ୍ତ୍ରୀ 

ମିଶି କରନ୍ତି ବାଟ ମାରଣା |୨|


ନୂଆ ଯୁଗ କର୍ମଜୀବି ସବୁ ଯେତେ 

ପରିଚୟ ପାଆନ୍ତି ଦାଦନ 

ଯୁବକ ଜୀବନ ବେରୋଜଗାରେ କଟେ  

ଭାବେ ତାର କି ପ୍ରୟୋଜନ |୩|


ମନ୍ତ୍ରୀ ଯନ୍ତ୍ରୀ ଖାଆନ୍ତି ଲୁଟି ସରକାରୀ ମାଲ୍ 

ଦରିଆ ମେ ଡାଲ ନୀତିରେ

ପରିଶ୍ରମ ମୂଲ ବୁଝିବେ କିପରି ମାଗିଖିଆ 

ସ୍ୱାର୍ଥପର ଯେତେ ଦେଶରେ |୪|


ସ୍ୱଚ୍ଛ ଓ ନିର୍ମଳ ବିଚାର ହୋଇଛି ସ୍ଖଳନ କ୍ରୂର 

ମତାନ୍ଧତାର ଧୂର୍ତ୍ତତାରେ

ଲୁଟି ଖିଆର ବାରବାଟି ଚାଷ ମାରି ନେଇ ଯାନ୍ତି

ସବୁ ଦେଖି ଜଳକା ହୋଇଛେ ଆମେରେ |୫|


ପଇସାର ବଳେ ନିଶା ପଶା ଖେଳ କରି ହୁଏ

ଅପଦାର୍ଥ ମନ୍ତ୍ରୀ ଏଠି

ଦେଶ ବିଦେଶରେ ସମ୍ମାନ ଇଜ୍ଜତ ଧୂଳିସାତ 

ହୁଏ ପାଲା ଆମ ଦେଶେ ନିତି l୬l


କେତେ ଅକୁହା ବେଦନା ଭୋଟ ବେଳେ ମନ

ହୁଏ ଆନ ମନା ସୃଷ୍ଟି ହୁଏ ଅସଭ୍ୟତା

ଭାଇ ରକ୍ତ ସମ୍ପର୍କ ଭୁଲି ହସର ଦୁନିଆଁରେ ଲାଗି

ଯାଏ ନିଆଁ ତାହା ଅକୁହା ମନର ବ୍ୟଥା l୭l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍