STORYMIRROR

Ajit Kumar Raut

Others

4  

Ajit Kumar Raut

Others

ମାର୍ଗଶୀର ଗୁରୁବାର

ମାର୍ଗଶୀର ଗୁରୁବାର

1 min
563

ପବିତ୍ର ଏ ଭୂମି ବିଚ୍ଛନ୍ନାଞ୍ଚଳର

 ଓଡ଼ିଆ ବହୁଳ କ୍ଷେତ୍ର

ମାସ ମାର୍ଗଶୀର ଲକ୍ଷ୍ମୀ ମାଣବସା

 ଅଟେଟି ଲକ୍ଷ୍ମୀଙ୍କ କ୍ଷେତ୍ର।


ମାର୍ଗଶୀର ମାସେ ହୁଏ ଗୁରୁବାର

 ଚାରିରୁ ପାଞ୍ଚ ପ୍ରଯନ୍ତ

ଓଡ଼ିଆ ମହିଳା କରନ୍ତି ପୂଜନ

 ମହିମା ଅଟେ ଅନନ୍ତ।


ମାଣବସା ଏହୁ ମାଣ ଓଷା ଏହୁ

 ବିଚ୍ଛନ୍ନାଞ୍ଚଳ ପାର୍ବଣ

କରନ୍ତି ପୂଜନ ଲକ୍ଷ୍ମୀ ଠାକୁରାଣୀ

 ଭକ୍ତିପୂର୍ଣ୍ଣ ସମର୍ପଣ।


ଗୃହର ମଙ୍ଗଳ ଧନଧାନ୍ୟ ପାଇଁ

 ଲକ୍ଷ୍ମୀଙ୍କରଟି ପାର୍ବଣ

ମହିଳା କରନ୍ତି ଭକ୍ତିରେ ପୂଜନ

 ମଣ୍ଡାପିଠା ଅର୍ପଣ।


ଛେନା ମଣ୍ଡା ପିଠା ଭକ୍ତିରେ ଅର୍ପଣ

 ଲକ୍ଷ୍ମୀପଦେ ସମର୍ପଣ

ଆଦର କରନ୍ତି ପିଠା ନୈବେଦ୍ୟକୁ

 ଲକ୍ଷ୍ମୀଙ୍କ ପ୍ରିୟ ହିଁ ଜାଣ।


ଓଡିଶା ରାଜ୍ୟରେ ଲକ୍ଷ୍ମୀଙ୍କ ପାର୍ବଣ

 ହୁଏଟି ବିଭିନ୍ନା କ୍ଷେତ୍ରେ

ଉତ୍କଳୁ ବିଚ୍ଛନ୍ନ ଏ ବିଚ୍ଛନ୍ନାଞ୍ଚଳେ

 ଲକ୍ଷ୍ମୀଙ୍କ ପୂଜନ କ୍ଷେତ୍ରେ।


ଓଡ଼ିଆ ମହିଳା ପାଳନ କରନ୍ତି

 ମାଣବସା ଗୁରୁବାର

ଭକ୍ତିପୂତେ ହୁଏ ଲକ୍ଷ୍ମୀଙ୍କ ପୂଜନ

 ଶଙ୍ଖନାଦ ଘନଘୋର।


ହୁଳହୁଳି ଶବ୍ଦ ଗୁଞ୍ଜନ କରୋଇ

 ମାଣ ଓଷା ଗୁରୁବାରେ

ଲକ୍ଷ୍ମୀଙ୍କ ପୁରାଣ ଗୁଞ୍ଜି ଉଠୁ ଥାଏ

 ଶ୍ରଦ୍ଧା ଭକ୍ତି ଓ ପ୍ରେମରେ।


ଅର୍ଦ୍ଧରାତ୍ରୁ ଉଠି ଓଡ଼ିଆ ମହିଳା

 ଗୋବରେ ଗୃହ ଲେପନ୍ତି 

ସ୍ନାହାନ ସାରିଣ ନୂତନ ବସ୍ତ୍ରକୁ

 ଧାରଣ ସେହୁ କରନ୍ତି।


ଲକ୍ଷ୍ମୀ ପଦଚିହ୍ନ ଲେଖନ୍ତି ଗୃହରେ

 ରଖନ୍ତି ଭକ୍ତି ଚିତରେ

ହଳଦୀ ଜଳରେ ଲକ୍ଷ୍ମୀ ପ୍ରତିମୂର୍ତ୍ତି

 ଧୁଅନ୍ତି ଶ୍ରଦ୍ଧା ଭକ୍ତିରେ।


ନୂଆ ଧାନବେଣୀ ରଖନ୍ତି ପାଶରେ

 ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ

ଆମ୍ବ ଡାଳ ପୁଣି ଘଟରେ ରଖନ୍ତି

 ଭକ୍ତିରେ ଲକ୍ଷ୍ମୀ ପୂଜନ।


ଶଙ୍ଖ ହୁଳହୁଳି ଗୁଞ୍ଜି ଉଠେ ପୁଣି

 ଲକ୍ଷ୍ମୀ ଲକ୍ଷ୍ମୀଙ୍କ ଗୁଞ୍ଜନେ

ଧନଧାନ୍ୟ ପୂର୍ଣ୍ଣ ଗୃହରେ ହୁଅଇ

 ମନବାଞ୍ଛାଟି ପୂଜନେ।


ବିଚ୍ଛନ୍ନାଞ୍ଚଳରେ ମାଣ ଓଷା ହୁଏ

 ଉତ୍କଳ ବିଚ୍ଛନ୍ନ ଭୂମି

ଓଡ଼ିଆ କରନ୍ତି ଭକ୍ତିପୂତେ ପୂଜା

 ଅଟେ ଟି ଓଡ଼ିଆ ଭୂମି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍