STORYMIRROR

Santanu Bisoi

Others

3  

Santanu Bisoi

Others

ମାର୍ଚ୍ଚ କୋଡିଏ

ମାର୍ଚ୍ଚ କୋଡିଏ

1 min
174

ଇକିରି ଚାଉଳ ରନ୍ଧା ଭାତ ଗଣ୍ଡେ

ପଡିଲା ପଖାଳ କଂସାରେ,

ସାକେରି ମୁଗରେ ଡାଲି ପାଣି ମନ୍ଦେ

ରହିଥିଲା ତାର ସାଙ୍ଗରେ।।


ବାଣ୍ଠପୁର ବାଇଗଣ ଗୋଟେ ପୋଡି

ମନ୍ଥିଲି ଆମ୍ବୁଲ ସାଥିରେ,

ମଶାବାରି ମୂଳା ଦଣ୍ଡୋର ମରିଚ

ଭେଟ ହେଲେ ସେହି ଗିନାରେ।।


ପୋଡ଼ାଗଡ଼ ବାଇଗଣ ଭାଜାଭାଜି

କଅଁଳିଆ ଛେନା ପରି,

ଗୁଣ୍ଠୁଣୀର ଶାଗ ଭଜା ଓ ଖରଡା

ଲାଗଇ ଅମୃତ ସରି।।


ମଦନପୁରରୁ ସାରୁ ଆଣିଥିଲି

ସାରୁପୋଡା ଯୋଗ କଲି,

ସଜ, ବାସୀ ଆଉ ଚାଇଁ ପଖାଳରେ

ନିତି ପେଟେ ନାଦୁଥିଲି।।


ଓଡ଼ିଆ ପଖାଳ ଜଗନ୍ନାଥଙ୍କର

ଛପନ ଭୋଗେ ଗଣତି,

ପଖାଳ ଖାଇଲେ ଅଂଶୁଘାତେ କେବେ

ଦେହରେ ନ ପଶେ ତାତି।।


ବିହାର ବଙ୍ଗଳା ଛତିଶଗଡ଼ ଓ

ଆନ୍ଧ୍ର ଝାଡ଼ଖଣ୍ଡ ରାଜ୍ୟେ,

ତେଲେଙ୍ଗାନା ସହ ଦକ୍ଷିଣୀ କଂସାରେ

ପଖାଳ ଭାତ ବିରାଜେ।।


ମାର୍ଚ୍ଚ କୋଡିଏ "ପଖାଳ ଦିବସ"

ସଭିଏଁ ଏହାକୁ ପାଳ,

ନିଜେ ଖାଅ ଭାଇ ଅନ୍ୟକୁ ଖୁଆଅ

ଓଡ଼ିଆ ଖାଦ୍ୟ ପଖାଳ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍