STORYMIRROR

Satyabati Swain

Others

3  

Satyabati Swain

Others

ମାନୁ ଅପାଙ୍କୁ ଚିଠିଟିଏ

ମାନୁ ଅପାଙ୍କୁ ଚିଠିଟିଏ

1 min
379

ପ୍ରିୟ ମାନୁ ଅପା !

ମିନୁର ହୃଦୟ ଭର୍ତ୍ତି ପ୍ରେମ ଜାଣିବ

ମୋ ପାଖରେ ଥିବା 

ସଂବାଳୁଆ

ପ୍ରଜାପତି ହେଲାଣି

ଅଶିଣ ଆକାଶ କୁମାରୀ ପୁନେଇଁ ଡାଲାରେ

କାକର ମୁହଁ ଦେଖାଇଲାଣି

ଶୀତ ଆସିଥାନ୍ତା

ଆଞ୍ଜୁଳି ଡେକାରେ

ତାକୁ କରୋନା ହୋଇଛି ବୋଧେ

ସେ ଗୃହ ବନ୍ଦୀ।


ଗର୍ଭଣା ସଂକ୍ରାନ୍ତି ଗଲା

ଗର୍ଭ ଧାରଣ କରିନି

ଧାନ ଗଛ

ପାଣି ଗୋଇଡା ଖାଇ ।


କାଲି ଛକରେ

ଗାଆଁ କମିଟି ବସିଥିଲା

ଫି ବର୍ଷ ପରି ଏଥର

କାର୍ତ୍ତିକେଶ୍ୱର ହେବେ କି ନାହିଁ

କରୋନା ପାଇଁ 

ଆର ସନ କାର୍ତ୍ତିକେଶ୍ୱର ହୋଇ ନଥିଲେ।


ସ୍କୁଲ ଖୋଲିନି

ପିଣ୍ଡା କି ମନ୍ଦିର ବେଢା ଚଉତରା

କିମ୍ବା ବରଗଛ ଚାନ୍ଦିନୀ ଉପରେ

ପାଠ ପଢୁଛନ୍ତି ଛୁଆଏ

ଅନ୍ ଲାଇନ୍ ପାଠ ପଢା କମ୍

ବଦମାସୀ

ହେଲେଣି ମୋ ପୁଅ ଝିଅ ବେଶୀ।


ମୋତେ ଗପ ମାଡୁଛି

ଆକ୍ସିଡେଣ୍ଟ ହୋଇଥିବାରୁ

କଲମ ଚାଲୁନି

ସାଇଁ ସାଇଁ।


ତୁମ ଠିକଣା

ମୋତେ ଜଣା ନାହିଁ

ମୁହଁ ବହିରେ

ଆମ ଆଡ଼ ଖବର

ଏବଂ ମୋ କଥା

ତୁମକୁ ଲେଖୁଛି

ଏଠି ସବୁ ଭଲ

ଆଶା

ଡିଜେ ବଜେଇ

ବାତ ମାରିଲା ପରି

କାନ ଅତଡା ନ ପକାନ୍ତୁ

ସେପଟ ପିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍