Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Others

3  

Sneha Mishra

Others

ମାଣବସା

ମାଣବସା

1 min
235



      ଓଡିଆ ଘରଣୀ ପିନ୍ଧି ପାଟଶାଢୀ

         ଝୋଟି ଚିତା ରଙ୍ଗମୁରୁଜରେ |

      ମାର୍ଗଶୀର ମାସେ ଘରକୁ ସଜାଏ

        ପବିତ୍ର ମାଣବସା ଗୁରୁବାରେ ||୧||


    ମାଆ ପଦ୍ମାଳୟା ବିଜେ କରିବାକୁ

      ପଦ୍ମପାଦ ଆଙ୍କିଥାଏ |

   ହାତୀରେ ବସାଇ ମାଆ ଶ୍ରୀଲକ୍ଷ୍ମୀଙ୍କୁ

      ଘରସାରା ମଣ୍ଡିଥାଏ ||୨||


   ନୂଆଧାନକେଣ୍ଡା କମଳର ମାଳା

      କଉଡି ଗୁଆର ପେଡି |

   ହଳଦି ଚାଉଳ ଦୁବ ବରକୋଳି

     ପତରରେ ଦିଏ ଭରି |୩||


   ସକାଳର ସେଇ ଶଂଖହୁଳହୁଳି

    ଦିଏ ସେ ଶୁଭବାରତା |

   ମା ଲକ୍ଷ୍ମୀଙ୍କର ଆଗମନ ହୁଏ

     ଶୁଣି ଲକ୍ଷ୍ମୀପୁରାଣର କଥା ||୪|\


  ଝୁଣା ଘିଅଦୀପ ମହକରେ ଘର

    ଶୁଦ୍ଧ ହୁଏ ବାତାବରଣ |

  ମା ଅନ୍ନପୂର୍ଣା ପ୍ରସାଦରେ ପୂର୍ଣ

   କ୍ଷିରୀ ପିଠା ଘୃତ ପକ୍ଵାନ୍ନ ||୫||


 ତିନି ପହରରେ ମାଆର ସେ ପୂଜା

    ତିନିପ୍ରକାରର ଥାଳି |

 ବାରି ବାରି କରି ପିଠାପଣା କରି

  ସଜାନ୍ତି ସେ ଶେଷପାଳି ||୬||


 ସିନ୍ଧୁସୁତା ରୁପ ରୁପ ଅନୁପମ

    ଝଟକେ ମନ ମନ୍ଦିରେ |

 ସମର୍ପଣ ଭାବେ ଜୀବନ ବିତାଏ

   ଶ୍ରଦ୍ଧା ଭକ୍ତି ଭାବମୟରେ ||୭||


Rate this content
Log in