STORYMIRROR

SACHALA GURU

Others

3  

SACHALA GURU

Others

ମାଣବସା

ମାଣବସା

1 min
242

ଲକ୍ଷ୍ମୀନାରାୟଣୀ ବିଷ୍ଣୁ ପାଟରାଣୀ 

    ଜଗତ ଜନନୀ ତୁହି 

ମଙ୍ଗଳଦାୟିନୀ ସାଗରଦୁଲଣୀ 

    ହରିପ୍ରିୟା ନାମ ବହି 


ମାଗୋ କମଳିନୀ ଦୁର୍ଗତନାଶିନୀ 

    ପ୍ରେମମୟୀ ଠାକୁରାଣୀ 

କମଳା ଚଞ୍ଚଳା ସ୍ନେହେ ପଦ୍ମାଳୟା 

    ତୁହି ମାଗୋ ବିଘ୍ନସେନୀ 


ତୁହି ଦୟାବତୀ ପରମା ପ୍ରକୃତି 

    ପାଳୁ ନୀତି ସର୍ବ ଯିବ 

ସ୍ଥାବର ଜଙ୍ଗମ କୀଟ ତରୁଲତା 

     ତୋଳାଗି ସବୁ ସମ୍ଭବ  


ମାସ ମଧ୍ୟେ ସାରା ଅଟେ ମାର୍ଗଶୀର 

     ଗୁରୁବାର ଯେ ପଡଇ 

ସେସବୁ ବାରକୁ ପୁରବାସୀ ଗଣ 

     ନିଷ୍ଠାର ସହ ପାଳଇ 


ସେଦିନ ପ୍ରlତରୁ ଶେଜକୁ ଛାଡ଼ିଣ  

     ସ୍ନାନ ଶୌଚ ହିଁ କରିବ 

ଗୋମୟ ଜଳରେ ଘର ଦୁଆରକୁ 

     ଅତି ଯତ୍ନରେ ଲିପିବ 


ଘରର ଦୁଆରେ ପଦ୍ମ ଝୋଟି କରି 

    କୁମ୍ଭ ଆମ୍ବ ଡାଳ ଥୋଇ 

ଧୂପ ଦୀପ ଦେଇ ମାତା କମଳିନୀ 

    ସୁମରଣା କର ତୁହି 


ପ୍ରାତଃ ସ୍ନାନ ସାରି ଖଟୁଲି ସଜାଡି 

    ତହିଁରେ ମାଣକୁ ଥୋଇ 

ଶୁକ୍ଳ ଧାନ ଭରି ମାଣରେ ଯେ ପୁରି 

    ଚିତ୍ର ବିଚିତ୍ର କରଇ 


ମାଣର ଉପରେ ତିନି ଗୋଟି ଗୁଆ 

    ଥୋଇବ ନେଇଣ କରି 

ଶୁକଳ ଧାନର ସୀସା ମେଣ୍ଟ କରି 

    ରଖିବ ମାଣ ଉପରି 


ଲକ୍ଷ୍ମୀଙ୍କର ପ୍ରିୟ ସେହି ବାର ମାନ 

    ଆଦ୍ୟବାରଟି ସେତ 

ଶୁକ୍ଳ ଦଶମୀ ଗୁରୁବାର ଦିନ

   ପଡଇ ସୁଦଶା ବ୍ରତ 


ଚୁଳ ଆଖୁ ମୂଳା ପୁଷ୍ପ ମଣ୍ଡନ ଆଦି 

   କଦଳୀରେ ସଜାଇବ 

ଗନ୍ଧ ଧୂପ ଦୀପ ବସନ ରପି 

    କମଳାଙ୍କୁ ସମର୍ପିବ 


ଅରୁଆ ଚାଉଳ ଭର୍ତ୍ତି କରି ପୁଣି 

    ଦଶଗୋଟି ମଣ୍ଡା କରି 

କଦଳୀ ନଡ଼ିଆ ଛେନା ଦଶ ପୁର 

  ତl ଭିତରେ ଦେବ ଭରି 


ଲକ୍ଷ୍ମୀଙ୍କ ପ୍ରସାଦ ପରକୁ ନଦେବ 

   ରହିବ ପ୍ରସାଦ ଖାଇ 

ଶୁଦ୍ଧ କରି ଚିତ୍ତ ରଖିବ ପବିତ୍ର 

   ଅପୁତ୍ରିକେ ପୁତ୍ର ପାଇ 

ଲକ୍ଷ୍ମୀନାରାୟଣ ମନରେ ସ୍ମରଣ

     ମାନି ନିୟମ ଚଳିବ 

ଧନ ଗୋପ ଲକ୍ଷ୍ମୀ ଜୀବନେ ପରଖି 

     ବୈକୁଣ୍ଠ ତୃପ୍ତି ପାଇବ 



Rate this content
Log in