ମାଣବସା
ମାଣବସା
ଘରେ ଘରେ ବସେ ମାଣ,
ମାର୍ଗଶୀର ମାସ ଆସିଲା ଜାଣ ।
ଓଡ଼ିଶାର ଗାଁ ସହର,
ଝୋଟି ଓ ଚିତାରେ ଦିଶେ ସୁନ୍ଦର।
ମା' ଲକ୍ଷ୍ମୀଙ୍କ ହୁଏ ପୂଜା,
ଗେଣ୍ଡୁ ଫୁଲରେ ଘର ହୁଏ ସଜା।
ମା' ଙ୍କ ପ୍ରିୟ ଗୁରୁବାର,
ଘରେ ପଡେ ଝୋଟି କେତେ ପ୍ରକାର।
ବଡିଭୋରୁ ମାଆ ଉଠେ,
ନିତ୍ଯକର୍ମ ସାରି ପୂଜାରେ ଜୁଟେ।
ଭୋଗ-ରାଗ କରେ ତିଆରି,
ଚକୁଳି ସହ ମଣ୍ଡା ଆଉ ଖିରୀ ।
ଗୋବରେ ଘରକୁ ଲିପି,
ଲକ୍ଷ୍ମୀ ପାଦ ଚିହ୍ନ ଦିଅନ୍ତି ଛାପି।
ଶୁକ୍ଳ ବସ୍ତ୍ର ପିନ୍ଧି କରି,
ସେ ବ୍ରତ କରନ୍ତି ସଧବା ନାରୀ।