STORYMIRROR

Madhabi Patel

Others

3  

Madhabi Patel

Others

ମାଣବସା

ମାଣବସା

1 min
223


ମାଣବସା ଗୁରୁବାର ଲକ୍ଷ୍ମୀଦେବୀ ଓଷା

ଜଗନ୍ନାଥ ଲକ୍ଷ୍ମୀଙ୍କ କାହାଣୀ ରାଗରୁଷା।

ଲକ୍ଷ୍ମୀଙ୍କର ପଡାବୁଲା ଶ୍ରୀୟା ଚାଣ୍ଡାଳୁଣୀ ଘରେ

ବଳରାମ ଦେଖିଦେଲେ ଠିକ୍ ସମୟରେ।

ଅଛୁଆଁ ଘରେ ଲକ୍ଷ୍ମୀ ପଶି ଅଛୁତ ଗଲେ ହେଇ

ଏମିତି ସ୍ତୀରିକୁ ଘରେ ପଶି ନ ଯୋଗାଇ।

ବଡ ଭାଇଙ୍କ ଆଜ୍ଞାରେ ଘଉଡାଇଦେଲେ

ବାରବର୍ଷ କଷ୍ଟି ହେବ ଦେବୀ ଶାପ୍ୟ ଦେଲେ।

ଭୋକ ଉପାସେ କାଟିଲେ ବାର ବର୍ଷ କାଳ।

ଶେଷରେ ଦେବୀ ନିବାସେ ଭୋଜନର ବେଳ।

ଲକ୍ଷ୍ମୀ ହାତରନ୍ଧା ଯହୁଁ ଦୁଇଭାଇ ଭୁଞ୍ଜିଲେ।

ସେତେବେଳେ ମାଆ ଲକ୍ଷ୍ମୀମାନଙ୍କୁ ଛାଡିଲେ।

ଫେରିଲେ ଶ୍ରୀକ୍ଷେତ୍ରେ ପୁଣି ପତିଙ୍କର ସଙ୍ଗେ।

ଲକ୍ଷ୍ମୀଙ୍କ ନାମ ରହିଲା ତେଣୁ ଯୁଗେ ଯୁଗେ।

ଶ୍ରୀୟା ଚାଣ୍ଡାଳୁଣୀ ଲକ୍ଷ୍ମୀ ମାତା କୃପା ପାଇ।

ମାନ ଜନ ସମ୍ପତ୍ତିରେ ସୁଖୀ ଗଲା ହେଇ।

ସେଇଦିନୁ ଏ ମାଣବସା ପ୍ରଚାର ହୋଇଲା

ଓଡିଆର ପ୍ରତି ଘରେ ପୂଜା ଏ ପାଇଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍