STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ମାଣ ବସା

ମାଣ ବସା

1 min
205

ମିତ ମନେପଡେ ଗୁରୁବାର ହେଲେ

ମନେପଡେ ତାର ଝୋଟି

କେଡେ ନିଷ୍ଟୁର ଦଇବ ସତେଯେ 

ସମ୍ପର୍କ ଦେଲା କାଟି ll


ରାତି ପାହାନ୍ତାରୁ କାକର ଗାଧୋଇ

ଦାଣ୍ଡେ ଜାଳୁଥିଲା ଦୀପ

ହୁଳୁହୁଳି ରଡି କମ୍ପି ଉଠୁଥିଲା

ଗାଉ ଥିଲା ଲକ୍ଷ୍ମୀ ଗୀତ ll


ଧାନ ମେଣ୍ଟାରେ ଠାକୁର ଘରକୁ

ଦେଉଥିଲା ଯେ ସଜାଇ

ଗେଣ୍ଡୁ ଫୁଲର ମାଳ କରି ଗୁନ୍ଥି

ପୁଜୁଥିଲା ଲକ୍ଷ୍ମୀମାଇ ll


ଉପବାସ କରି ନିର୍ଯଳା ନିୟମ

କେତେ ନିୟମ ର କଥା

ଦୁର୍ଦଶା ଦେଲା ପାଷାଣ ଦଇବ

ଘାରୁଛି ମର୍ମେ ବ୍ୟଥା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍