STORYMIRROR

Chittaranjan Nanda

Others

4  

Chittaranjan Nanda

Others

ମାନିବା ପ୍ରକୃତି ନିୟମ

ମାନିବା ପ୍ରକୃତି ନିୟମ

1 min
259


କରୋନା ପ୍ରଭାବେ କିଛି କାମ ନାହିଁ,

ଗରିବଙ୍କ ଭାଙ୍ଗଇ କମର,

ଦେଶର ଅର୍ଥନୀତି ଆଜି ହୁଏ ଅସମ୍ଭାଳ,

ମାଗୁଣି, ପ୍ରଭୁ କର ଉଦ୍ଧାର ।


ମନେ ପଡେ ସେହି ଅନ୍ତରଙ୍ଗ ହାଟ ବଜାରେ

ଥିବା ସେ ପୁରୁଣା ଉମଙ୍ଗ

ଫିକା ଫିକା ଲାଗୁଛି ରହି ରହି ଘରେ ହୋଇ 

ବନ୍ଧା ଏକା ଏକା ନିଃସଙ୍ଗ।


ଅନ୍ଯାୟ ଅସତ୍ୟେ ବଢୁଛି କଷଣ ବ୍ୟଭିଚାର,

ଦେଶରେ ପ୍ରଜା କରନ୍ତି ଚିତ୍କାର

ଭୋଅଟ ରାଜନୀତିର ଦୁଃର୍ଯୋଧନ ହସ ପଛରେ

ପ୍ରଜା ହୃଦୟେ ଛୁଟୁଛି ବନ୍ୟା, ଲୁହର ।


ମଣିଷ ହୃଦୟ ସାଗର ଗରଭେ ଯେତେ

ବେଳେ ଲାଗିଛି ନିଆଁ 

ସେ ନିଆଁକୁ ଲିଭାଇ ପାରେକି ଡ୍ରାମାବାଜୀ

ଅବା ସୁଶୀତଳ କଥାର ବାଆ ।


ମନୁଷ୍ୟର ତ ପାଞ୍ଚ ମନ ପଚିଶି ପ୍ରକୃତି, 

ଯେ କର୍ମକୁ ସେ ଫଳ ପାଇ

ନଶ୍ଵର ବିଶ୍ଵର ନିୟମ ନମାନି ପ୍ରକୃତିକୁ

କରି ନଷ୍ଟଭ୍ରଷ୍ଟ ଶାନ୍ତି ପାଇବା କାହିଁ ।


ସତ୍ୟ ଧର୍ମ ନ୍ୟାୟ କଥା ବୁଝାଇଲେ 

ଯେତେ, କଅଣ ବୁଝିବ ସିଏ

ପାଠ ପଢ଼ାଇଲେ, ନିଜର ଘୃଣିତ ରୂପ

ଯିବକି, ଚେଇଁ ଶୋଇବ ଯିଏ ।


ଜାଣୁ ଅନ୍ତରେ ପ୍ରକୃତିର ନିୟମ, ନହୋଇ

ଅଭ୍ୟସ୍ତ, କରୁ ଅଳୀକ ଆଶା

ଛାଡି ତାହା, ଗ୍ରହଣ କରିବା ପ୍ରକୃତି ନିୟମ

ମନେ ଚେତି ଜ୍ଞାନର ପରିଭାଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍